ପ୍ରବାସୀ ଓଡିଆ

ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ପ୍ରବାସୀ ଓଡିଆଙ୍କର ସର୍ତ୍ତବିହୀନ ସମର୍ଥନ

ନୂଆଦିଲ୍ଲୀ: ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ ହେବା ପରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସମର୍ଥନ ଯଣାଇଛନ୍ତି ଦିଲ୍ଲୀର ପ୍ରବାସୀ ଓଡିଆ ପରିବାର| ତ୍ୟାଗରାଜ ନଗର ସ୍ଥିତ ଜଗନ୍ନାଥ ମନ୍ଦିରରେ ଏକ ପ୍ରତିବାଦ ସଭାରେ ଦିଲ୍ଲୀର ପ୍ରାୟ ୪୦ରୁ ଊର୍ଦ୍ଧ୍ଵ ସଂସ୍ଥା ଯୋଗ ଦେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଯେପରି ଅସମ୍ମାନ କରି ଏକ ଭିତ୍ତିହିନ୍ନ ତଥ୍ୟକୁ ନେଇ ଦଳରୁ ନିଲମ୍ବନ କରଯାଇଛି,ସମସ୍ତେ ଘୋର ନିନ୍ଦା କରିଥିଲେ|
Sangram Dhar

ସୁନ୍ଦର ଓଡିଶା ଫାଉଣ୍ଡେସନର ସଂସ୍ଥାପକ ଶ୍ରୀ ସଂଗ୍ରାମ ଧର କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ରଙ୍କ ପରି ମୋହାନ୍ଧ ହୋଇଯାଇଛନ୍ତି, କାରଣ ଶ୍ରୀ ବୈଜୟନ୍ତ ପଣ୍ଡା ଭଳି ସାଂସଦ ଯିଏ ସବୁବେଳେ ତାଙ୍କ ଅଞ୍ଚଳର ଲୋକଙ୍କ ଭଲ-ମନ୍ଦରେ  ଛିଡା ହୁଅନ୍ତି ଏବଂ ସେ ତାଙ୍କ ଦଳର ଏକ ମାତ୍ର ସାଂସଦ ଯେ ତାଙ୍କ ଜ୍ଞାନ ଓ ନେତୃତ୍ଵ ଯୋଗୁଁ ଦେଶ ନୁହେଁ ବିଦେଶରେ ମଧ୍ୟ ଆମ ରାଜ୍ୟକୁ ଗୌରବ ଆଣିଦେଇଛନ୍ତି, ତାଙ୍କୁ ସେ ଦଳରୁ ବାହାରି କରିବା ଏକ ବହୁତ ଦୁଃଖର ବିଷୟ | ଶ୍ରୀ ଧର କହିଥିଲେ ଯେ ଆମେ ଦିଲ୍ଲୀ ଓ ଏନସିଆର ଥିବା ସମସ୍ତ ଓଡିଆ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ସହାନୁଭୁତି ପ୍ରଦାନ କରୁଛୁ ଏବଂ ପ୍ରବାସୀ ଓଡିଆ ତାଙ୍କ ସହିତ ସବୁବେଳେ ଅଛନ୍ତି ଓ ତାଙ୍କୁ ସର୍ତ୍ତବିହୀନ ସମର୍ଥନ କରୁଛନ୍ତି ବୋଲି ଜଣାଇଥିଲେ|

Related Articles

Leave a Reply

Your email address will not be published. Required fields are marked *

Back to top button