ଜାତୀୟରାଜ୍ୟ

ନବୀନ ପଟ୍ଟନାୟକ ଏବଂ ତାଙ୍କ ନୀତିଙ୍କୁ ଦିଲ୍ଲୀରେ ବିରୋଧ

ଆଓରି-ନୂଆଦିଲ୍ଲୀ: ୮/୧/୨୦୧୯- ନବୀନ ପଟ୍ଟନାୟକଙ୍କ ନେତୃତ୍ତ୍ଵାଧିନ ଓଡିଶାର ବିଜେଡି ସରକାରଙ୍କ ବିଭିନ୍ନ ଜନବିରୋଧି ନୀତିକୁ ନୂଆଦିଲ୍ଲୀରେ ପ୍ରବଳ ବିରୋଧରେ ସାମ୍ନା କରିବାକୁ ପଡିଛି | ମଙ୍ଗଳବାର ବିଜେଡି ସରକାର ଦିଲ୍ଲୀ ତାଳକୋଟରା ଷ୍ଟାଡିୟମରେ କୃଷକ ସମାବେଶ କରି କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରିବାକୁ ମସୁଧା ରଖିଥିବା ବେଳେ ଦିଲ୍ଲୀରେ ରହୁଥିବା ଓଡିଆ ମାନଙ୍କର ସଂଗଠନ “ଦିଲ୍ଲୀ ଓଡିଆ ନାଗରିକ ମଞ୍ଚ”ର ରାଜ୍ୟ  ସରକାରଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ବିଜେଡିକୁ ହରଡଘଣାରେ ପକାଇ ଦେଇଛି| ସଂଗଠନର ଆବାହକ ଯୁବନେତା ସଂଗ୍ରାମ ଧର ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ସରକାର କୃଷକମାନଙ୍କ ପାଇଁ ଚିନ୍ତା କରୁନାହାନ୍ତି ବରଂ ନିଜ ଭୋଟବ୍ଯାଙ୍କର ଚିନ୍ତା କରୁଛନ୍ତି | ବିଜେଡିର ସମାବେ

ଶରେ ଯୋଗଦେଇଥିବା ଲୋକେ କୃଷକ ନୁହନ୍ତି ବରଂ ପାର୍ଟିର କର୍ମୀ, ଯେଉଁମାନଙ୍କୁ ଟଙ୍କାଦେଇ ଏଠାକୁ ଅଣାଯାଇଛି| ଯଦି କୃଷକମାନଙ୍କ ଚିନ୍ତା ଥାଆନ୍ତା ତେବେ ଓଡିଶାରେ ନିଆକଟରେ ପ୍ରକୃତ କୃଷକମାନଙ୍କ ପକ୍ଷରୁ ହୋଇଥିବା ବିରୋଦ୍ଧ ପ୍ରଦର୍ଶନକୁ ପୋଲିସ ଲଗାଇ ଦମନ କରାଯାଇନଥାଆନ୍ତା |

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଥା ରାଜ୍ୟ ସରକାର ଦାବି କରୁଥିବା ବେଳେ କେନ୍ଦ୍ର ଦ୍ଵାରା ଧାର୍ଯ୍ୟ କୁଇଣ୍ଟାଲ ପିଛା ୧୭୫୦ ଟଙ୍କା ଲାଗୁ କରାନଯାଇ ମଧସ୍ତିମାନଙ୍କ ଦ୍ଵାରା କୃଷକମାନଙ୍କୁ ଶୋଷଣ କରାଯାଉଛି | ସଂଗଠନ ପକ୍ଷରୁ ଏହାବି କୁହାଯାଇଛି ରାଜ୍ୟର ଯୁବପିଢୀକୁ ସରକାର କର୍ମବିମୁଖ କରାଇ ବିଭିନ୍ନ ଶସ୍ତା ପ୍ରଲୋଭନରେ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି |

ରାଜ୍ୟ ସରକାର ଯେଉଁ ସ୍ବାମିନାଥନ କମିଶନ କଥା କହୁଛନ୍ତି ତାହା ୨୦୦୬ରେ ରିପୋର୍ଟ ଦେଇଥିବା ବେଳେ ୨୦୧୪ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ କରିନଥିଲେ କିନ୍ତୁ ମୋଦୀ ସରକାର କୃଷକମାନଙ୍କ ଆୟ ୨ ଗୁଣ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ଯାହାକୁ ଖୋଦ ସ୍ବାମିନାଥନ ପ୍ରଶଂସା କରିଛନ୍ତି |

ଏହାବ୍ୟତୀତ ଓଡିଶା ନିବାସ କ୍ୟାଣ୍ଟିନ୍ ରେ ଓଡିଆ ଲୋକଙ୍କୁ ଖାଇବା ପାଇଁ ସୁଯୋଗ ଦେବାକୁ ମଧ୍ୟ ଓଡିଆ ସଂଗଠନ ଦାବି କରିଛି | ଦିଲ୍ଲୀର ପ୍ରାୟ ୮୦୦ରୁ ଊର୍ଦ୍ଦ୍ଵ ଚଣକ୍ୟପୁରୀସ୍ଥିତ ଓଡିଶା ଭବନ ଆଗରେ ଏକତ୍ର ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ | ପରେ ପୋଲିସ ବିକ୍ଷୋଭ କରୁଥିବା ଓଡିଆମାନଙ୍କୁ ହାଜତକୁ ନେଇ ପରେ ଛାଡି ଦେଇଥିଲେ ମଧ୍ୟ ଏହାର ନେତୃତ୍ତ୍ଵ ନେଇଥିବା ସଂଗ୍ରାମ ଧର, ସଞ୍ଜୟ ମିଶ୍ର, ଶ୍ରୀମନ୍ତ ବିଶ୍ଵାଳ, ତାପସ ପରିଡା, ସୋମନାଥ ସ୍ଵାଇଁ, ଅଫିସର ରାଉତ, ହରେକୃଷ୍ଣ ମହାନ୍ତି ଏବଂ ରୀତା ପାତ୍ରଙ୍କୁ ସନ୍ଧ୍ଯା ଯାଏଁ ପୋଲିସ ଅଟକ ରଖି ଛାଡିଥିଲା |

Related Articles

Leave a Reply

Your email address will not be published. Required fields are marked *

Back to top button