ଜାତୀୟ

ଦିଲ୍ଲୀରେ ଓଡିଆ ସହିତ୧୫ଟି ନୂତନ ଭାଷାର ଏକାଡେମି ସ୍ଥାପନ କରାଯିବ ; ମନୀଷ ସିସୋଦିୟା

ଆଓରି-ନୂଆଦିଲ୍ଲୀ(୯/୮) : ରାଜଧାନୀ ଦିଲ୍ଲୀରେ ବିଭିନ୍ନ କ୍ଷେତ୍ରୀୟ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଦିଲ୍ଲୀ ସଚ୍ଚିବାଳୟ ଠାରେ ଏକ ବୈଠକରେ ମଙ୍ଗଳବାର ଦିନ ଆଲୋଚନା କରଯାଇ ଓଡିଆ ଭାଷା ସମେତ ଅନ୍ୟ ୧୫ଟି ଭାଷାର ଏକାଡେମୀ ସ୍ଥାପନ କରାଯିବା ପାଇଁ ନିଷ୍ପତି ନିଆ ଯାଇଛି | ନୂତନ ଏକାଡେମୀ ପାଇଁ ଚୟନ କରାଯାଇଥିବା ଭାଷା ମାନଙ୍କ ମଧ୍ୟରେ ଓଡିଆ , ବଙ୍ଗାଳୀ, ତାମିଲି, ତେଲୁଗୁ, ମାଲୟାଲମ, କନ୍ନଡ, ଆସାମୀ, ହରିୟାଣୀ, ଗଡବାଲି, କାଶ୍ମିରୀ, ମାରୱାଡି, ମରାଠି, କୁମୋନି ଏବଂ ବାଉଁସରି | ଏହା ସହିତ ବ୍ରିଟିଶ ଭାଷା ଏକାଡେମୀର ସ୍ଥାପନା କରାଯିବ ପାଇଁ ମଧ୍ୟ ପ୍ରସ୍ତାବ ଗୃହିତ ହୋଇଛି |

ଦିଲ୍ଲୀ ହେଉଛି ସାଂସ୍କୃତିକ ରୂପରେ ଏକ ସମୃଦ୍ଧ ସହର ଯେଉଁ ଠାରେ ଦେଶର ବିଭିନ୍ନ ସ୍ଥାନର ଲୋକେ ବସବାସ କରିବା ସହିତ ଏଠାରେ କାର୍ଯ୍ୟ କରୁଛନ୍ତି |ଏହି ବିବିଧତା ଯାହାକି ଦିଲ୍ଲୀର ଜୀବନ୍ତ ଏବଂ ବିଶ୍ୱବ୍ୟାପି ସଂସ୍କୃତି ସ୍ଥାପନ କରୁଛି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ମନୀଷ ସିସୋଦିଆ ଦିଲ୍ଲୀ ସଚ୍ଚିବାଳୟରେ ବ୍ୟକ୍ତ କରିଛନ୍ତି |ଏହି ପ୍ରସ୍ତାବ ବହୁଦିନ ଧରି ସ୍ଥଗିତ ଅବସ୍ଥାରେ ରହିଥିଲା|

ବର୍ତ୍ତମାନ ଦିଲ୍ଲୀ ଠାରେ ମାତ୍ର ୬ଟି ଭାଷାର ଏକାଡେମୀ ଚଳିତ ହେଉଛି, ଯଥା ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ, ସଂସ୍କୃତ, ସିନ୍ଧି, ଏବଂ ମୈଥିଲୀ-ଭୋଜପୁରୀ | ଏହି ୬ଟି ଏକାଡେମୀ ମଧ୍ୟରୁ ୨୦୧୧ ମସିହା ଠାରୁ ହିନ୍ଦୀ ଏବଂ  ସଂସ୍କୃତ ଏକାଡେମୀ ପାଇଁ ୧୫ ଏବଂ ପଞ୍ଜାବୀ ଏକାଡେମୀ ପାଇଁ ୩୮ଟି ପଦ ଖାଲି ଅଛି | କିନ୍ତୁ ଏହି ପଦ ପୂରଣ ନିମନ୍ତେ ଅଦ୍ୟାବଧି କୌଣସି ପ୍ରଚାର କିମ୍ବା ବିଜ୍ଞାପନ ମାଧ୍ୟମରେ ବାର୍ତା ଦିଆଯାଇ ନାହିଁ ବୋଲି ଶ୍ରୀ ସିସୋଦିଆ ମତବ୍ୟକ୍ତ କରିଛନ୍ତି |

ଉର୍ଦ୍ଦୁ ଏକାଡ଼େମୀର ୨୦ଟି ପଦ ଖାଲି ରହିଥିବା ନେଇ ୨୦୧୭ ଏପ୍ରିଲ ମାସରେ ଦିଲ୍ଲୀ ସବୋର୍ଡିନେଟ ସର୍ଭିସ ସିଲେକ୍ସନ ବୋର୍ଡ (ଡ଼ିଏସଏସଏସବି) ପାଖକୁ ଚିଠି  ଲେଖାଯାଇଥିଲା | ଉର୍ଦ୍ଦୁ ଏକାଡେମୀରେ ୫୫ଟି ପଦ ପାଇଁ ସ୍ଵିକୃତି ଦିଆଯାଇଥିଲେ ବର୍ତ୍ତମାନ ସୁଧା ୩୫ ଜଣ ସଦସ୍ୟ ଏହି ପଦରେ ନିୟୋଜିତ ହୋଇ କାର୍ଯ୍ୟ କରୁଛନ୍ତି | ଦିଲ୍ଲୀ ଅଭିଲେଖାଗାରରେ ୧୯ଟି ପଦ ଶୂନ୍ୟ ଅଛି, ଯାହା ପାଇଁ ସେପ୍ଟେମ୍ବର ୨୦୧୫ରେ ଡ଼ିଏସଏସଏସବି ପାଖକୁ ମଧ୍ୟ ଚିଠି ଲେଖାଯାଇଥିଲା |

Related Articles

Leave a Reply

Your email address will not be published. Required fields are marked *

Back to top button