ମନୋରଞ୍ଜନ

ସିନ୍ଧି ରୀତି ଅନୁସାରେ ଦ୍ୱିତୀୟ ଥର ବିବାହ କଲେ ରଣବୀର -ଦୀପିକା

ଆଓରି-ନୂଆଦିଲ୍ଲୀ(୧୬/୧୧) : ରଣବୀର ସିଂହ ଓ ଦୀପିକା ପାଦୁକୋନ ଏବେ ପୂରାପୂରି ଭାବେ ପତି-ପତ୍ନୀ। ଇଟାଲିର ଲେକ୍‌ କୋମୋ ସହରରେ ସେମାନଙ୍କର କୋଙ୍କଣ ରୀତି ଅନୁସାରେ ବିବାହ ସଂପନ୍ନ ହୋଇଥିବା ବେଳେ ଗତ ଗୁରୁବାର ଏହି ଦୁଇ ସୁପଷ୍ଟାରଙ୍କ ସିନ୍ଧି ରୀତି ଅନୁସାରେ ଦ୍ୱିତୀୟ ଥର ବିବାହ କରିଛନ୍ତି।

ରଣବୀର ଦୀପିକାଙ୍କ ବିବାହର ସ୍ୱତନ୍ତ୍ରତା ହେଉଛି ତାଙ୍କ ବିବାହ ସ୍ଥାନକୁ ଜଣକୁ ହେଲେ ବି କ୍ୟାମେରା କିମ୍ବା କ୍ୟାମେରା ମୋବାଇଲ ବ୍ୟବହାର କରିବାର ଅନୁମତି ନଥିଲା।  ନିମନ୍ତ୍ରିତ ସମସ୍ତ ଅତିଥି ନିଜ ମୋବାଇଲ କ୍ୟାମେରାରେ ଷ୍ଟିକର୍‌ ଲଗାଇ ଭିତରକୁ ଆସିବାର ବନ୍ଦୋବସ୍ତ କରାଯାଇଥିଲା। ଶେଷରେ ଗତକାଲି ଦୀପବୀରଙ୍କ ଫଟୋ ପାଇଁ କେବଳ ଭାରତ ନୁହେଁ ଅର୍ନ୍ତଜାତୀୟ ଗଣମାଧ୍ୟମରେ ବି ପ୍ରକାଶ ପାଇଥିଲା । କିଛି ସମୟ ମଧ୍ୟରେ ଏହି ଫଟୋ ଭଇରାଲ ହୋଇଯାଇଥିଲା।

ଗୋଟିଏ ପଟେ ଏହି ଫଟୋକୁ ଦେଖି ପ୍ରଶଂସକ ଦୀପବୀରଙ୍କୁ ବିବାହ ଶୁଭକାମନା ଦେଉଥିବା ବେଳେ ଆଉ କେତେକ ଏହି ଫଟୋର ମଜାକ୍‌ ଉଡାଇଛନ୍ତି। ରଣବୀରଙ୍କ ପୋଷାକକୁ ନେଇ ରଣବୀର -ଦୀପିକାଙ୍କ ବିବାହକୁ ନେଇ ରଣବୀର କପୁର ଦୁଃଖୀ ଅଛନ୍ତି ବୋଲି ଏମିତି ଅନେକ ବ୍ୟାଙ୍ଗାତ୍ମକ ଚିତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। କାରଣ ରଣବୀର ସିଂହଙ୍କ ପୂର୍ବରୁ ଦୀପିକା ରଣବୀର କପୁରଙ୍କ ସହିତ ଯୋଡ଼ି ହୋଇଥିଲେ।

 

Related Articles

Leave a Reply

Your email address will not be published. Required fields are marked *

Back to top button