ଜାତୀୟ

ବିଦ୍ୟୁତ ବ୍ୟବସ୍ଥାରେ ହୋଇପାରେ ପରିବର୍ତ୍ତନ ; ସ୍ମାର୍ଟ ପ୍ରିପେଡ ମିଟର ଲଗାଇବାକୁ ଅନୁମତି ଦେଇପାରନ୍ତି କେନ୍ଦ୍ର ସରକାର

ଆଓରି-ନୂଆଦିଲ୍ଲୀ(୨୬/୧୨) : ଆଗାମୀ ଦିନରେ ବିଦ୍ୟୁତ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିପାରେ  । ଏନେଇ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି  । ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ଉଦୟ-୨ ଯୋଜନାରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ  କେନ୍ଦ୍ର କ୍ୟାବିନେଟ୍ ଖୁବଶୀଘ୍ର ପଦକ୍ଷେପ ନେବାକୁ ଯାଉଥିବା ସୂଚନା ମିଳିଛି ।

ବିଦ୍ୟୁଦ ଶୁଳ୍କ ଅନାଦେୟ ରଖିବା, ହୁକ ପକାଇ ବିଦ୍ୟୁତ ଚୋରି, ମିଟରିଂ ଓ ମାସିକ ବିଲିଂ କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡିକୁ ସ୍ମାର୍ଟ ପ୍ରିପେଡ ମିଟର ଲଗାଇବାକୁ ଅନୁମତି ଦେଇପାରନ୍ତି ସରକାର  । ଏହି ସ୍ମାର୍ଟ ମିଟର ବ୍ୟବହାର ଦ୍ୱାରା ଦିନର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ହାରରେ ଗ୍ରାହକଙ୍କୁ ଶୁଳ୍କ  ଦେବାକୁ ହେବ  ।  ଅର୍ଥାତ୍ ଜଣେ ଗ୍ରାହକ ସକାଳ ସମୟରେ ୧ ୟୁନିଟ୍ ବିଜୁଳି ବ୍ୟବହାର ପାଇଁ ଯେତିକି ଶୁଳ୍କ ଦେବେ, ଖରାବେଳେ , ସଂନ୍ଧ୍ୟାବେଳେ ଓ ରାତିରେ ୟୁନିଟ୍ ପିଛା ଶୁଳ୍କ ଭିନ୍ନ ରହିବ  । ଏହାସହ ପ୍ରିପେଡ୍ ମୋବାଇଲ ଫୋନ୍ ଭଳି ବିଦ୍ୟୁତ ବ୍ୟବହାର ପାଇଁ ଆଗୁଆ ଟଙ୍କା ମଧ୍ୟ ଜମା କରିବାକୁ ପଡ଼ିବ  । ଏହାଦ୍ୱାରା ଉପଭୋକ୍ତାଙ୍କ ବିଲ୍ ଆଉ ବାକି ରହିବ ନାହିଁ  ।

ସୂଚନା ଯେ, ପୂର୍ବରୁ ଉଦୟ ଯୋଜନା ଜରିଆରେ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡିକର ଋଣ ବୋଝ ହ୍ରାସ କରିବା ନେଇ ପ୍ରାଧାନ୍ୟ ଦିଆଯାଇଥିଲା  । ତେବେ ବର୍ତ୍ତମାନ ଉଦୟ ୨ ଯୋଜନାରେ ବିଦ୍ୟୁତ୍ ଚୋରିକୁ ରୋକିବା ଏବଂ ବଣ୍ଟନ କମ୍ପାନୀଙ୍କ ପରିବହନ ଜନିତ କ୍ଷତିକୁ ରୋକିବା ଦିଗରେ ପ୍ରାଧାନ୍ୟ ଦିଆଯିବ  ।

ମିଳିଥିବା ସୂଚନା ଅନୁସାରେ, ନୂଆ ନୀତି ଅନୁଯାୟୀ ଆସନ୍ତା ଏପ୍ରିଲ ମାସ ପରଠାରୁ ଯଦି ଜାଣିଶୁଣି ବିଦ୍ୟୁତ କାଟ୍ କରାଯାଏ, ତେବେ କମ୍ପା ନୀ ଗୁଡିକଠାରୁ ଜରିମାନା ଆଦାୟ କରାଯିବ  । ତେବେ ଜରିମାନା କେତେ ରହିବ ସେନେଇ ବିଦ୍ୟୁତ ନିୟାମକ ଆୟୋଗ ଗୁଡିକ ଧାର୍ଯ୍ୟ କରିବେ  । ସେହିପରି ବିଦ୍ୟତ୍ ବଣ୍ଟନ କମ୍ପାନୀ ଗୁଡିକ ଉତ୍ପାଦନକାରୀଙ୍କ ସହ ଯେଉଁ ରାଜିନାମା କରିବେ ସେଥିରେ ସେମାନେ ସେବା ଯୋଗାଉଥିବା ଅଞ୍ଚଳର ବାର୍ଷିକ ହାରାହାରି ବିଜୁଳି ଚାହିଦା ଅନୁଯାୟୀ ବିଜୁଳି କିଣିବେ  । ଏପରି ନ କଲେ, ସେମାନଙ୍କ ଲାଇସେନ୍ସ ରଦ୍ଦ କରିଦିଆଯିବ  । ତେବେ ଏସମସ୍ତ ସୁଧାର ଦିଗରେ ନୀତି ଚୂଡାନ୍ତ ହୋଇଥିବାବେଳେ ଆସନ୍ତା ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରାଯିବ  ।

ସୂଚନା ଯୋଗ୍ୟ ଯେ ୨୦୧୯ ସୁଦ୍ଧା ଦେଶର ସମସ୍ତ ଘରକୁ ବିଦ୍ୟୁତ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହାସହ ଆସନ୍ତା ଏପ୍ରିଲରୁ ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇଦେବାକୁ ମଧ୍ୟ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ରାଜିନାମା ସ୍ୱାକ୍ଷର କରିଛନ୍ତି  ।

Related Articles

Leave a Reply

Your email address will not be published. Required fields are marked *

Back to top button