ଜାତୀୟ
ବହୁଚର୍ଚ୍ଚିତ ତିନି ତଲାକର ରାୟ ଆଜି
![](http://www.aajiraodisha.org/wp-content/uploads/2017/08/3-Talaq.jpg)
ନୂଆଦିଲ୍ଲୀ : ମୁସଲମାନଙ୍କ ବହୁଚର୍ଚ୍ଚିତ ତିନି ତଲାକ ମାମଲାରେ ସୁପ୍ରିମ୍ କୋର୍ଟରେ ଆଜି ରାୟ ପ୍ରକାଶ ପାଇବ। ପ୍ରଧାନ ବିଚାରପତି ଜଷ୍ଟିସ ଜେଏସ୍ ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଏହି ରାୟ ଶୁଣାଇବେ ବୋଲି ଗତ ମେ ୧୮ ତାରିଖରେ ଜଣାଇଥିଲେ। ତିନି ତଲାକ ମାମଲାରେ ଗତ ମେ ମାସ ୧୧ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା। ଏହାପରେ ସର୍ବୋଚ୍ଚ ନ୍ୟାଳାଳୟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ ଲ’ ବୋର୍ଡ ଏହି ମାମଲାରେ କହିଥିଲେ ଯେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଆଜିର ରାୟକୁ କାଜିମାନେ ନିଷ୍ପତ୍ତି ଗ୍ରହଣ କରିବାକୁ ଓ ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରାଯିବ।