ଖେଳ

ଓଡ଼ିଶା ରଣଜୀ ଦଳର କୋଚ୍ ହେଲେ ଦେବାଶିଷ ମହାନ୍ତି

ଆ.ଓ.ରି(ତା୨୭|୫)-ପୁଣି ଓଡ଼ିଶା ରଣଜୀ ଦଳର କୋଚ୍ ନିଯୁକ୍ତ ହେଲେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ କ୍ରିକେଟର ଦେବାଶିଷ ମହାନ୍ତି। ଏ ନେଇ ଓସିଏ ପକ୍ଷରୁ ଗତକାଲି ବିଧିବଦ୍ଧ ଘୋଷଣା ହୋଇଛି। ଦଳର ଖେଳାଳିଙ୍କ ସହ ମନୋମାଳିନ୍ୟ ଯୋଗୁଁ ଗତ ସିଜନରେ ଦେବାଶିଷ କୋଚ୍‌ ଦାୟିତ୍ୱରୁ ଓହରି ଯାଇଥିଲେ।

ତେବେ ସେ ସବୁ ବିବାଦର ସମାଧାନ କରି ଓସିଏ ପୁଣି ଦେବାଶିଷଙ୍କୁ କୋଚ ଦାୟିତ୍ୱ ଦେଇଛି। ସେହିଭଳି ୨୩ ବର୍ଷରୁ କମ୍‌ କ୍ରିକେଟ ଦଳର କୋଚ ଭାବେ ସୁରେଶ କୁମାର ଓ ୧୯ ବର୍ଷରୁ କମ୍ ଦଳର କୋଚ ଭାବେ ନିରଞ୍ଜନ ବେହେରାଙ୍କୁ ନିଯୁକ୍ତି ଦେଇଛି ଓସିଏ। ରଶ୍ମିତା ମହାନ୍ତିଙ୍କୁ ଓଡ଼ିଶା ମହିଳା କ୍ରିକେଟ ଦଳର କୋଚ ଭାବେ ନିଯୁକ୍ତି ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button