ଭଡ଼ା ଘରୁ ମହିଳା ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
1 min read
ଆ.ଓ.ରି(ତା୧୮|୫)-ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭଡ଼ା ଘରୁ ଜଣେ ମହିଳା ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ମଣିମାଳା ନନ୍ଦ। ସେ ତାଙ୍କ ସ୍ୱାମୀ ଦେବାଶିଷ ନନ୍ଦଙ୍କ ସହ ସିନେମା ହଲ୍ ନିକଟ ଭଡ଼ା ଘରେ ରହୁଥିଲେ। ଆଜି ସକାଳେ ସ୍ୱାମୀଙ୍କ ସହ ପାଟିତୁଣ୍ଡ ହେବାରୁ ଘର ଭିତରପଟୁ କବାଟ ଦେଇ ମଣିମାଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତଦେହର ଗୋଡ଼ ତଳେ ଲାଗିଥିବାରୁ ଘଟଣାକୁ ନେଇ ସନ୍ଦହ ସୃଷ୍ଟି ହୋଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ତନାଘନା ଚଳାଇଛି।