ଅପରାଧଜାତୀୟ

ଦାଉଦ ଇବ୍ରାହିମର ପୁତୁରା ରିଜୱାନ କାସକାରକୁ ଗିରଫ କଲା ମୁମ୍ବାଇ ପୁଲିସ

ଆଓରି-ନୂଆଦିଲ୍ଲୀ(୧୮/୦୭) : ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ପୁତୁରା ରିଜୱାନ କାସକାରକୁ ମୁମ୍ବଇ ପୁଲିସ୍‍ ଏକ ବଳପୂର୍ବକ ବଟି ଆଦାୟ ମାମଲାରେ ଗିରଫ କରିଛି। ମୁମ୍ବଇ ପୁଲିସର ଜଣେ ଅଧିକାରୀ ଗୁରୁବାର କହିଛନ୍ତି ଯେ ଦାଉଦର ଭାଇ ଇକବାଲ କାସକାରର ପୁଅ ରିଜୱାନକୁ ମୁମ୍ବଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି। ସେ ଦେଶ ଛାଡ଼ି ଅନ୍ୟତ୍ର ପଳାଇବାକୁ ଚେଷ୍ଟା କରୁଥିବାବେଳେ ଏହି ଗିରଫଦାରୀ ହୋଇଛି।

ସୂଚନା ଅନୁସାରେ ୨ ଦିନ ପୂର୍ବରୁ ମୁମ୍ବଇ ପୁଲିସ ଅପରାଧିକ ଶାଖା ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟ ଫହିମ ମଚମଚର ଘନିଷ୍ଠ ଅହମଦ ରାଜାକୁ ମୁମ୍ବଇ ବିମାନ ବନ୍ଦରରୁ ଗିରଫ କରିଥିଲା। ପଚରାଉଚୁରାରୁ ରିଜୱାନ ନାମ ସାମ୍ନାକୁ ଆସିଥିଲା। ଏହି ସୂଚନା ଆଧାରରେ ବୁଧବାର ମୁମ୍ବଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରିଜୱାନକୁ ଗିରଫ କରାଯାଇଛି। ପୁଲିସ୍‍ ସୂଚନା ଅନୁସାରେ ଅହମଦ ରାଜା ଦାଉଦ ଇବ୍ରାହିମର ହାୱାଲା କାରବାର ସମ୍ଭାଳୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button