ବିଜେଡ଼ି ଛାଡିଲେ ଦଶପଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ
1 min read
ଆଓରି-ଭୁବନେଶ୍ଵର(୨୦/୦୩) : ଟିକେଟ ନମିଳିବାରୁ ବିଜୁ ଜନତା ଦଳ ଛାଡ଼ିଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ। ଆଜି ସେ ବିଜୁ ଜନତା ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବିଜେଡ଼ି ପକ୍ଷରୁ ଦଶପଲ୍ଲାରୁ ରମଶେଚନ୍ଦ୍ର ବେହେରାଙ୍କୁ ଟିକେଟ ଦିଆଯିବା ପରେ ପୂର୍ଣ୍ଣଚନ୍ଦ୍ର ଅସନ୍ତୁଷ୍ଟ ଥିଲେ। ଆଜି ସେ ଦଳରୁ ଇସ୍ତଫା ଦେବା ସହ ଅଭିଯୋଗ କରିଛନ୍ତି ଯେ ଦଳରେ ଦୁର୍ନୀତି ମୁକ୍ତ ପ୍ରାର୍ଥୀଙ୍କ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଅଗ୍ରାଧିକାର ଦିଆଯାଇ ଟିକେଟ ଦିଆଯାଉଛି।