ସ୍ୱାସ୍ଥ୍ୟ

ସଂକ୍ରମଣ ସହ ଅନେକ ରୋଗ ଦୂର କରେ ଦହି

ବର୍ଷା ଋତୁରେ ଦହି ନ ଖାଇବାକୁ କେତେକ ପରାମର୍ଶ ଦିଅନ୍ତି। ବର୍ଷା ଦିନେ ଏହାକୁ ଖାଇବା ଦ୍ବାରା ଥଣ୍ଡା, ସର୍ଦ୍ଦି ହେବାର ଆଶଙ୍କା କରାଯାଏ । କିନ୍ତୁ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ସବୁ ଋତୁରେ ଦହି ଶରୀର ପାଇଁ ଲାଭଦାୟକ ଅଟେ । କାରଣ ଦହିରେ ଥିବା ହିତକାରକ ବୀଜାଣୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। କେବଳ ଦହିରେ ନୁହେଁ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀରେ ମଧ୍ୟ ଅନେକ ସେଭଳି ବୀଜାଣୁ ରହିଥାନ୍ତି ଯାହା ଆମ ଖାଦ୍ୟନଳୀକୁ ସଂକ୍ରମଣରୁ ରକ୍ଷା କରିବା ସହ ଶରୀରର ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।

ଏକ ଗବେଷଣାରୁ ଜଣାପଡିଛି ଯେ ସୁସ୍ଥ ଜୀବନ ବା ନିରୋଗ ରହିବା ପାଇଁ ହିତକାରୀ ବୀଜାଣୁର ମୁଖ୍ୟ ଭୂମିକା ରହିଛି। ଦହି ସମେତ ଅନ୍ୟାନ୍ୟ ଖାଦ୍ୟରୁ ଏହି ବୀଜାଣୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା ନିରୋଗ ଜୀବନ ପାଇଁ ବୀଜାଣୁ କିଭଳି ଲାଭଦାୟକ ହୋଇପାରେ।

ଦହିରେ ଥବା ବୀଜାଣୁ ଉଭୟ କୋଶିକା ଏବଂ ରୋଗପ୍ରତିରୋଧକ ପଦ୍ଧତିକୁ ସନ୍ତୁଳିତ ରଖିଥାଏ। ଏହାସହ ଦହି ଖାଦ୍ୟନଳୀକୁ ସଂକ୍ରମଣରୁ ରକ୍ଷା କରେ। ବ୍ରୋକୋଲି ଓ ଦହି ଅନ୍ତଃନଳୀ କର୍କଟ ରୋଗରୁ ରକ୍ଷା କରେ। ଶରୀରରୁ ଅଦରକାରୀ ଚର୍ବି ନଷ୍ଟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଉତ୍ତମ ଅଟେ ।

କେତେକ ଲୋକ ମଧ୍ୟ କହିଥାନ୍ତି ରାତିରେ ଦହି ଖାଇବା ନିଷେଧ, କିନ୍ତୁ ବୈଜ୍ଞାନିକ କାରଣ ଅନୁସାରେ   ଦହି ଖାଇବା ଦ୍ଵାରା ଅନିଦ୍ରା ଦୂର ହୋଇଥାଏ | ଯଦି ରାତିରେ ନିଦ ହେଉ ନାହିଁ, ତେବେ ନିୟମିତ ରାତ୍ରିଭୋଜନରେ ଦହି ସାମିଲ କରନ୍ତୁ। ଧୀରେ ଧୀରେ ଏହି ସମସ୍ୟା ଦୂର ହେବ।

ପାଚନ ପ୍ରକ୍ରିୟା: ନିୟମିତ ଦହି ସେବନ ଅମୃତ ସଦୃଶ ହୋଇଥାଏ। ଏହାଦ୍ବାରା ରକ୍ତହୀନତା ଓ ଶରୀରରେ ଅନୁଭବ ହେଉଥିବା ଦୁର୍ବଳତା ଦୂର କରେ। ଦହି ପାଚନ ପ୍ରକ୍ରିୟାକୁ ମଧ୍ୟ ସକ୍ରିୟ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button