ଆନ୍ତର୍ଜାତୀୟ

ଆସୁଛି ବାତ୍ୟା ମେକୁନୁ! ସତର୍କ କଲା ପାଣିପାଗ ବିଭାଗ

ଆ.ଓ.ରି(ତା୨୭|୫)-ମାଡ଼ି ଆସୁଛି ବାତ୍ୟା! ବାତ୍ୟା ମେକୁନୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାର ପ୍ରଭାବରେ ମହାରାଷ୍ଟ୍ର ଓ ଗୋଆରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହାସହ ସମୁଦ୍ରରେ ୩ ରୁ ୩.୨ ମିଟର ଉଚ୍ଚରେ ଜୁଆର ଆସିପାରେ ବୋଲି ଆଶଙ୍କା କରାଯାଉଛି।

ସେପଟେ ବାତ୍ୟା ମେକୁନୁକୁ ଆଖି ଆଗରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଲାଇଫ ଗାର୍ଡ ଏବଂ ଗୋଆ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।  ପ୍ରତି ବିଚ୍‌ରେ ଲାଇଫ ଗାର୍ଡ ନିୟୋଜିତ କରାଯାଇଛି। ଏଥିସହ ବିପଦ ସମୟରେ କିଭଳି ଲୋକଙ୍କୁ ଉଦ୍ଧାର କରାଯିବ ସେନେଇ ମଧ୍ୟ ଟ୍ରେନିଂ ଦିଆଯାଇଛି।

ମେକୁନ୍‌ ଶୁକ୍ରବାର ଓମାନ୍‌ରେ ତାଣ୍ଡବ ରଚିବା ପରେ ଏହାର ଠିକ୍‌ ଗୋଟିଏ ଦିନ ପରେ ଅର୍ଥାତ୍‌ ଶନିବାର ଏହା ଟ୍ରପିକାଲ୍ ଷ୍ଟର୍ମରେ ପରିଣତ ହୋଇଥିଲା। ଓମାନ୍‌ରେ ଏହା ବ୍ୟାପକ କ୍ଷୟକ୍ଷତି କରିଥିବାର ଜଣାପଡ଼ିଛି। ଏଥିରେ ୪୦ଜଣ ନିଖୋଜ ଥିବାବେଳେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପଶ୍ଚିମ ଆରବ ସାଗରରେ ‘ସାଗର’ ନାମକ ଝଡ଼ବାତ୍ୟା ଦୁର୍ବଳ ହେବା ପରେ ମେ ୨୨ରେ ମେକୁନୁ ସୃଷ୍ଟି ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button