ରାଜ୍ୟ

ଆଗୁଆ ବାତ୍ୟା ମୁକାବିଲା ପ୍ରସ୍ତୁତି

ଆ.ଓ.ରି(ତା୧୭|୫)-ବର୍ଷା ଋତୁ ଆସିବା ଆଗରୁ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ପ୍ରାକ୍ ବାତ୍ୟା ସମ୍ପର୍କିତ ଏକ ବୈଠକ ହୋଇଛି। ରାଜ୍ୟରେ ଥିବା ବଡ଼ ବଡ଼ ଠିକାଦାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ବିପଦ ଆପଦ ସମୟରେ ଠିକାଦାରଙ୍କ ପାଖରେ ଥିବା EARTH MOVING EQUIPMENTS ଯଥା-ଜେସିବି, କ୍ରେନ୍ ଇତ୍ୟାଦି ବ୍ୟବହାର କରାଯାଇପାରିବ।  ଏହାର ତାଲିକା ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ରହିବ।ବର୍ତ୍ତମାନ ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଥିବା ବୈଠକରୁ ଜଣାପଡ଼ିଛି। ଆସନ୍ତା ଜୁନ ୧୯ ତାରିଖରେ ସାରା ରାଜ୍ୟରେ ବନ୍ୟା, ବାତ୍ୟା ମୁକାବିଲାର ମକ୍ ଡ୍ରିଲ କରାଯିବ। ଉପକୂଳ ଅଞ୍ଚଳରେ ୧୨୨ଟି ଟାଓ୍ୱାରରେ ସାଇରନ ଜରିଆରେ ଲୋକଙ୍କୁ ସୂଚନା ଦେବାର ବ୍ୟବସ୍ଥା କରାଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି।  ଗୁରୁବାର ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, NDRF, ODRAFର ଅଧିକାରୀ ଉପସ୍ଥିତ ଥିଲେ। SOP ପାଳନ ଲାଗି ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ପ୍ରଥମ ଥର ପାଇଁ ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପୂର୍ତ୍ତ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button