ଜିଲ୍ଲା

ପୋଖରୀରୁ ଉଦ୍ଧାର ହେଲା କନଷ୍ଟେବଲଙ୍କ ମୃତଦେହ

ଆ.ଓ.ରି(ତା୩୦|୫)-କଟକ ଓଏମ୍‌ପି ଷଷ୍ଠ ବାଟାଲିୟନ ପରିସରରେ ଥିବା ପୋଖରୀରୁ ଜଣେ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କନଷ୍ଟେବଲଙ୍କ ନାଁ ଏମ୍ କ୍ରିଷ୍ଣାରାଓ। ଘର ପାରଳାଖେମୁଣ୍ଡି ଅଂଚଳରେ।  ସେ ଷଷ୍ଠ ବାଟାଲିୟନର ବ୍ୟାଣ୍ଡ କନଷ୍ଟେବଲ ଭାବରେ କାର୍ଯ୍ୟରତ ଥିଲେ।

ଗତକାଲି ଅପରାହ୍ନରୁ ସେ ନିଖୋଜ ଥିଲେ। ପରିବାର ଲୋକେ ବହୁ ସମୟ ଧରି ଖୋଜାଖୋଜି କରି ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ କିଛି ବ୍ୟକ୍ତି ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ପୋଖରୀରେ ଏକ ଶବ ପଡିଥିବା ଦେଖିଥିଲେ।

ଏହାପରେ ପୋଲିସକୁ ଖବର ଦେବା ପରେ ଓଡ୍ରାଫ ଟିମ୍ ଓ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ଉଦ୍ଧାର ପରେ ତାଙ୍କ ପରିଚୟ ଜଣାପଡିଥିଲା। ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button