May 19, 2024

ଡିସେମ୍ବର ୮ରେ ସାରା ଦେଶରେ ଅନୁଷ୍ଠିତ ହେବ ସିଟିଇଟି ପରୀକ୍ଷା

1 min read

ଆଓରି-ଭୁବନେଶ୍ଵର(୦୯/୦୯) : ସିଟିଇଟି-୨୦୧୯ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ । ଆସନ୍ତା ଡିସେମ୍ବର ୮ ତାରିଖରେ ସିଟିଇଟି ବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେବ  । ଦେଶର ୧୧୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବାକୁ ଥିବାବେଳେ ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୯ ତାରିଖରୁ ଆରମ୍ଭ କରାଯିବ  । ସେହିପରି ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୮ ତାରିଖ ରହିଛି ।

ସିବିଏସଇ ପକ୍ଷରୁ ଏହି ପରୀକ୍ଷାର ଆୟୋଜନ କରାଯାଉଥିବାବେଳେ ପୂର୍ବରୁ ସିଟିଇଟି ୨୦୧୯ ପରୀକ୍ଷାରେ ଆର୍ଥିକ ଆଧାର ଉପରେ ଥିବା ୧୦ ପ୍ରତିଶତ ସଂରକ୍ଷଣକୁ ନେଇ ଦାୟର ହୋଇଥିବା ଯାଚିକାର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଇଥିଲେ । କୋର୍ଟ ଏହି ଅଧିସୂଚନା ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.