ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କଲା ଚେନ୍ନାଇ
1 min read
ଆଓରି-ନୂଆଦିଲ୍ଲୀ(୧୧/୦୫) : ଶୁକ୍ରବାର ଦ୍ଵିତୀୟ କ୍ଵାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍ରେ ହରାଇ ଚେନ୍ନଇ ସୁପର୍ କିଙ୍ଗସ ଆଇପିଏଲ୍-୧୨ର ଫାଇନାଲରେ ପ୍ରବେଶ କରିଛି। ରବିବାର ଫାଇନାଲରେ ଚେନ୍ନାଇ ସୁପର୍ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏଥିସହିତ ଚେନ୍ନଇ ସୁପରକିଙ୍ଗସ୍ ଅଷ୍ଟମ ଥର ପାଇଁ ଫାଇନାଲକୁ ଉଠିଛି। ଉଭୟ ଦଳ ୩ ଥର ଲେଖାଏଁ ଆଇପିଏଲ୍ ମୁକୁଟ ପିନ୍ଧି ସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ୨୦୧୦, ୨୦୧୧, ୨୦୧୮ରେ ଆଇପିଏଲ ଟ୍ରଫି ଜିତିଥିଲାବେଳେ ମୁମ୍ବାଇ ଇଣ୍ଡିଆନସ୍ ୨୦୧୩, ୨୦୧୫, ୨୦୧୭ରେ ଟ୍ରଫି ଜିତିଥିଲା। ରବିବାର ଉଭୟ ଦଳ ଚତୁର୍ଥ ଥର ପାଇଁ ଫାଇନାଲରେ ପରସ୍ପର ମୁହାଁମୁହିଁ ହେବେ।
ଶୁକ୍ରବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍ ବିନିମୟରେ ୧୪୭ ରନ୍ କରିଥିଲା। ଦିଲ୍ଲୀର ୧୪୮ରନର ବିଜୟ ଲକ୍ଷ୍ୟକୁ ପିଛାକରି ଚେନ୍ନଇ ଦଳ ୧୯ଓଭରରେ ୪ୱିକେଟ ହରାଇ ଲକ୍ଷ୍ୟକୁ ହାସଲ କରିନେଇଥିଲା।