ବିଶେଷ

ଲାଲଗଡ଼ରେ ଦେବଦୂତ ସାଜିଲେ ସିଆରପିଏଫ୍ ଯବାନ

କଟକ: ମାଓ ଆକ୍ରମଣର ଭୟକୁ ଖାତିର ନକରି ମାନବିକତା ଓ ସାହସିକତାର ପରିଚୟ ଦେଖାଇଛନ୍ତି ଯବାନ । ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଆହତ ମହିଳାଙ୍କୁ ଭାରରେ ବୋହି ୭ କିଲୋମିଟର ଚାଲିଲେ ସିଆରପିଏଫ ଯବାନ । ସୂଚନାଯୋଗ୍ୟ, ଗତ ଶନିବାର ବିଜାପୁର ଗଙ୍ଗାଲୁର ଥାନା ଅନ୍ତର୍ଗତ ବୁର୍ଜି ଜଙ୍ଗଲରେ ସିଆରପିଏଫ ଯବାନମାନେ କମ୍ବିଂ ଅପରେସନ ସାରି ଫେରୁଥିଲେ । ସେହି ସମୟରେ ମାଓବାଦୀ ଖଂଜିଥିବା ପ୍ରେସର ବୋମା ବିସ୍ଫୋରଣ ହେଇଥିଲା । ଏଥିରେ ସେହି ବାଟରେ ଯାଉଥିବା ପୁଷ୍ନାର ଅଂଚଳ ଦୁଇ ଜଣ ଆଦିବାସୀ ମହିଳା ଆହତ ହୋଇଥିଲେ । ଆହତ ମହିଳାଙ୍କୁ ଯବାନ ମାନେ ବାଉଁଶରେ ଭାର କରି ଗଙ୍ଗାଲୁର ମୁଖ୍ୟ ରାସ୍ତାକୁ ଆଣିଥିଲେ । ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବିଜାପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି ।
ଯବାନମାନେ ଜଙ୍ଗଲ ଭିତରେ ମହିଳାଙ୍କୁ ଭାରରେ ବୋହି ଆସିବା ବାଟରେ ଆଉ ଏକ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ସିଆରପିଏଫ ଯବାନ ମଧ୍ୟ ଆହତ ହୋଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button