April 2, 2023

ମହିଳା ଆକାଉଣ୍ଟାଣ୍ଟ ନିଜ ଅଫିସ୍‌ରୁ ୩୦ଲକ୍ଷ ଟଙ୍କା ଚୋରାଇ ପ୍ରେମିକ ସହିତ ଫେରାର

1 min read

ଆଓରି-ମୁମ୍ବାଇ(୨୪/୧୦): ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପଲେସ୍‌ସ୍ଥିତ ଏକ ହୀରା କମ୍ପାନିରେ ଚୋରି ମାମଲା ସାମ୍ନାକୁ ଆସିଛି। ଏହି ଚୋରି ଅନ୍ୟ କେହି ନୁହେଁ କମ୍ପାନିର ମହିଳା ଆକାଉଣ୍ଟାଣ୍ଟ ନିଜେ କରିଥିବା ଜଣାପଡ଼ିଛି। ୨୫ବର୍ଷୀୟା ମହିଳା କମ୍ପାନିର ଲକରରୁ ୩୦ଲକ୍ଷ ଟଙ୍କା ନେଇ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି। ପୁଲିସ ପୂଜା ଦରାଲ ନାମକ ଏହି ମହିଳା ଚୋରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମହିଳା ଚୋରି କରି ଥିବା ୩୦ଲକ୍ଷ ଟଙ୍କା ମଧ୍ୟରୁ ୧୬ଲକ୍ଷ ଟଙ୍କା ନିଜର ୨୭ବର୍ଷୀୟ ସାଙ୍ଗ ଅଭିଶେକ ଖେମକରକୁ ରଖିବାକୁ ଦେଇଥିବା ବି ଜଣାପଡ଼ିଛି। ପୁଲିସ ମହିଳାଙ୍କ ଏହି ସାଙ୍ଗକୁ ତାଙ୍କ ଘରୁ ଗିରଫ କରି ନେଇଛି। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଡାଇମଣ୍ଡ ଫର୍ମର ଆକାଉଣ୍ଟାଣ୍ଟ ଡିପାର୍ଟମେଣ୍ଟ ସହିତ ଜଡ଼ିତ କର୍ମଚାରୀ ରିଙ୍କି ଶାହାଙ୍କୁ ଟଙ୍କାରେ କିଛି ଏପଟସେପଟ ହୋଇଥିବା ଜଣାପଡ଼ିଥିଲା । ଏହାପରେ ସେ ଅଫିସ୍‌ର ସିସିଟିଭି ଫୁଟେଜ ଦେଖିଥିଲେ। ଏଥିରେ ପୂଜା ଅଫିସ୍‌ ଲକରରୁ ଟଙ୍କା ବାହାର କରୁଛନ୍ତି ଓ ତାଙ୍କ ସାଙ୍ଗ ଖେମକର ଟଙ୍କା ରଖିବାରେ ସାହାଯ୍ୟ କରୁଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ଅଫିସ୍‌ ଓ ପୁଲିସକୁ ଜଣାଇଥିଲେ।

ପୁଲିସର ପଚରାଉଚରା ପରେ ଖେମକର ଚୋରି କରିଥିବା କଥା ସ୍ୱୀକାର କରିବା ସହ କହିଥିଲା କି ପୂଜା ଚୋରି ଟଙ୍କାରେ କାର୍‌ କିଣି ନିଜ ପ୍ରେମିକ ସହିତ କୋକଣ ଫେରାର ହୋଇଯାଇଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.