ବାଣିଜ୍ୟରାଜ୍ୟ

ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଗୋ-ପୋଷକ ମିଶ୍ରିତ ପ୍ରସାଧନ ସମାଗ୍ରୀ ଓ ମୋଦି ଏବଂ ଯୋଗୀ କୁର୍ତ୍ତା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ଥୀତ ଏକ ଫାର୍ମାସି ଗୋ-ପୋଷକ ମିଶ୍ରିତ କେତେଗୁଡ଼ିଏ ପ୍ରାକୃତିକ ପ୍ରସାଧନ ସମାଗ୍ରୀ ଏବଂ ଔଷଧ ପ୍ରସ୍ତୁତି କରି ଆମାଜନ୍‌ରେ ଉପଲବ୍ଧି କରାଇ।। ଏହା ଛଡ଼ା ମିଳିବ ମୋଦି ଏବଂ ଯୋଗୀ କୁର୍ତ୍ତା। ମଥୁରାରେ ଆର୍‌ଏସ୍‌ଏସ୍‌ ପରିଚାଳିତ ଦୀନ ଦୟାଲ ଧାମ ପ୍ରାରମ୍ଭିକ ଭାବେ ହଜମକାରକ କାମଧେନୁ ଅର୍କ ଭଳି ୩୦ଟି ବ୍ୟକ୍ତିଗତ ତତ୍ତ୍ୱ ଏବଂ ଔଷଧୀୟ ଉତ୍ପାଦନ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇବ। ଏହାର ଟେଲରିଙ୍ଗ୍‌ ୟୁନିଟ୍‌ ୧୦ ପ୍ରକାରର ପୋଷାକ ବିକ୍ରି କରିବ। ଆର୍‌ଏସ୍‌ଏସ୍‌ର ମୁଖପାତ୍ର ଅରୁଣ କୁମାର କହିଲେ, ସ୍ଥାନୀୟ ଲୋକଙ୍କ ପାଇଁ ଅଧିକ କର୍ମସଂସ୍ଥାନ ଯୋଗାଇ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ହେଉଛି ଏହି ସବୁ ଉତ୍ପାଦକୁ ଅନ୍‌ଲାଇନ୍‌ରେ ବିକ୍ରୟ କରିବା। ଯଦି ଅନ୍‌ଲାଇନ୍‌ରେ ବିକ୍ରି ବଢ଼େ ତାହଲେ ଉତ୍ପାଦନ ଏବଂ କର୍ମସଂସ୍ଥାନ ବଢ଼ିବ।

ପ୍ରତିମାସରେ ଧାମ ବିକ୍ରୟ କରୁଛି ଲକ୍ଷେ ଟଙ୍କାର ବ୍ୟକ୍ତିଗତ ପ୍ରସାଧନ ଏବଂ ଔଷଧୀୟ ସାମଗ୍ରୀ ଓ ୩ ଲକ୍ଷ ଟଙ୍କର ପୋଷାକ। ଗୋମୂତ୍ରରୁ ପ୍ରସ୍ତୁତ କାମଧେନୁ ଅର୍କ, କୁର୍ତ୍ତା ଏବଂ ଅନ୍ୟାନ୍ୟ ଖଦି ଉତ୍ପାଦନ ମଧ୍ୟ ଖୁବ୍‌ ଶୀଘ୍ର ଆମାଜନ୍‌ରେ ମିଳିବ। କାମଧେନୁ ଅର୍କ ଛଡ଼ା, ଘନବତୀ ନାମକ ଟନିକ୍‌, ମଧୁନାଶକ ଚୁର, ଶୂଳହାର ତୈଳ, ସାମ୍ପୁ, ଗାଧୁଆ ସାବୁନ, ଫେସ୍‌ ପ୍ୟାକ୍‌, ଟୁଥ୍‌ପେଷ୍ଟ୍‌ ଆଦି ମଧ୍ୟ ମିଳିବ। ଏସବୁ ଗୋମୂତ୍ର ଏବଂ ଗୋମୟ ଆଧାରରେ ପ୍ରସ୍ତୁତ ହୋଇଥିବାରୁ ଏଥିରେ କୌଣସି କୃତ୍ରିମ ରାସାୟନିକ ପଦାର୍ଥ ମିଶିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button