March 27, 2023

କେଜରିୱାଲ ଏବଂ କୁମାର ବିଶ୍ୱାସଙ୍କ ସମ୍ପତ୍ତି କୋରକ କରିବାକୁ ଚେତାବନୀ ଦେଲେ କୋର୍ଟ

1 min read

ଆଓରି-ନୂଆଦିଲ୍ଲୀ(୨୦/୦୭) : ଏକ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ମାମଲାରେ ଆମ ଆଦମୀ ପାର୍ଟି (ଆପ)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କୁମାର ବିଶ୍ୱାସ ଏବଂ ଅନ୍ୟ କେତେକ ଅଭିଯୁକ୍ତଙ୍କ ସମ୍ପତ୍ତି କୋରକ କରିବା ପାଇଁ ଆହ୍ଲାବାଦର ଏକ ଅଦାଲତ ଚେତାବନୀ ଦେଇଛନ୍ତି।

ଆହ୍ଲାବାଦର ସ୍ୱତନ୍ତ୍ର କୋର୍ଟ କହିଛନ୍ତି ଯେ ଅଗଷ୍ଟ ୭ ମଧ୍ୟରେ ଆଚରଣବିଧି ଉଲ୍ଲଙ୍ଘନ ମାମଲାରେ ଅଭିଯୁକ୍ତମାନେ ସୁପ୍ରିମକୋର୍ଟରୁ ସ୍ଥଗିତାଦେଶ ଆଦେଶ ନଆଣିଲେ ସେମାନଙ୍କ ସମ୍ପତ୍ତି କୋରକ କରାଯିବ। ଅଭିଯୁକ୍ତଙ୍କ ଅଧିବକ୍ତାଙ୍କ ଯୁକ୍ତି ଶୁଣିବା ପରେ ବିଶେଷ ଜଜ ପବନ କୁମାର ତିୱାରୀ ଉପରୋକ୍ତ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଉପସ୍ଥାପନ ନକଲେ ୱାରେଣ୍ଟ ଜାରି କରାଯିବ ଏବଂ ସମ୍ପତ୍ତି କୋରକ କରାଯିବ। ପୂର୍ବ ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଅଧିବକ୍ତା କହିଥିଲେ ଯେ ଜୁଲାଇ ୧୯ରେ ସୁପ୍ରିମକୋର୍ଟଙ୍କ ସ୍ଥଗତିଦେଶ ଆଦେଶ ପ୍ରସ୍ତୁତ କରିଦିଆଯିବ। ମାତ୍ର ତାହା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। କୋର୍ଟରେ ଉପସ୍ଥାପିତ କରାଯାଇଥିବା ସୁପ୍ରିମକୋର୍ଟଙ୍କ ଅପ୍ରେଲ ୧୦ ଆଦେଶରେ ରହିତାଦେଶ ବିଷୟରେ ଉଲ୍ଲେଖ ନାହିଁ। ତେଣୁ ଆହ୍ଲାବାଦ ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତଙ୍କୁ ଅଗଷ୍ଟ ୭ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ପ୍ରକାଶ ଯେ ଅମେଠି ଜିଲା ଗୌରୀଗଂଜ ଥାନାରେ ୨୦୧୪ରେ ସଡ଼କ ଜାମ କରି ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାର ଏକ ମାମଲା ରୁଜୁ ହୋଇଥିଲା। ଏଥିରେ କେଜରିୱାଲ, କୁମାର ବିଶ୍ୱାସ, ହରିକୃଷ୍ଣ, ରାକେଶ ତିୱାରୀ, ଅଜୟ ସିଂହ, ବବଲୁ ତିୱାରୀଙ୍କ ବିରୋଧରେ ଅଭିଯୋଗଫର୍ଦ ପ୍ରସ୍ତୁତ ହୋଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.