ଜାତୀୟ

ଚନ୍ଦ୍ର ଯାତ୍ରା ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ; ଆଜି ଦ୍ୱିପ୍ରହର ୨.୪୩ରେ ହେବ ଉତ୍‌କ୍ଷେପଣ

ଆଓରି-ନୂଆଦିଲ୍ଲୀ(୨୨/୦୭) : ଚନ୍ଦ୍ର ଯାତ୍ରା ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ । ଆଜି ଦ୍ୱିପ୍ରହର ୨.୪୩ରେ ଅଭିଯାନ ଆରମ୍ଭ କରିବ ଚନ୍ଦ୍ରଯାନ-୨ । ଶ୍ରୀହରିକୋଟାର ସତିଶ ଧାୱନ ସ୍ପେସ୍‌ ସେଣ୍ଟରରୁ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବ । ୪୪ ମିଟର ଲମ୍ବା ଏବଂ ୬୪୦ ଟନ୍‌ ଓଜନ ବିଶିଷ୍ଟ ଏହି ଚନ୍ଦ୍ରଯାନ-୨ କୁ ଜିଏସ୍‌ଏଲଭି- ୩ ଜରିଆରେ ମହାକାଶକୁ ପଠାଯିବ ।

ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ଜୁଲାଇ ୧୫ରେ ହେବାର ଥିଲା କିନ୍ତୁ ଲଞ୍ଚିଂର ଗୋଟିଏ ଘଣ୍ଟା ପୂର୍ବରୁ ଏଥିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ଚନ୍ଦ୍ରଯାନ-୨ର ଲଞ୍ଚିଂ ସ୍ଥଗିତ ରଖାଯାଇଥିଲା । ଏବେ ଯାନ୍ତ୍ରିକ୍‌ ତ୍ରୁଟିକୁ ଠିକ୍‌ କରିବା ପରେ ଆଜି ଲଞ୍ଚ କରାଯିବାକୁ ଯାଉଛି ଚନ୍ଦ୍ରଯାନ-୨ ।

ତେବେ ‘ଚନ୍ଦ୍ରଯାନ-୨’କୁ ଉତକ୍ଷେପଣ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ୍ ଜିଏସଏଲଭି ଏମକେ-୩ କୁ ବ୍ୟବହାର କରି ଆଜି ଅପରାହ୍ନ ୨ଟା ୪୩ ମିନିଟରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରାଯାନ-୨ ।

Related Articles

Leave a Reply

Your email address will not be published. Required fields are marked *

Back to top button