June 4, 2023

ଠିକାଦାରଙ୍କ କୋଠା ଘର ହେବା ପରେ ବି ପତ୍ନୀଙ୍କୁ ମିଳିଛି ବିଜୁ ପକ୍କାଘର

1 min read

ଆଓରି-କେନ୍ଦ୍ରାପଡ଼ା(୧୫/୬):ପ୍ରକୃତରେ ଭାରତ ଏକ ଗରିବ ଦେଶ ନୁହେଁ , କିନ୍ତୁ ଭାରତର  ଗରିବ ଶ୍ରେଣୀ ସୀମାରେଖା ଅଧିକ କାରଣ ଭ୍ରଷ୍ଟାଚାର ଭାରତବର୍ଷ ରେ ଅଧିକ     ରାଜନଗର ବ୍ଲକ୍‌ରେ ସରକାରୀ ଆବାସ ଯୋଜନାରେ କେଳେଙ୍କାରୀର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ କୋଠା ଘର ଥିବା ଠିକାଦାରଙ୍କ ପତ୍ନୀଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ପ୍ରଶାସନିକ ଅଧିକାରୀଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବାଲିକଣା ଗାଁର ବିଜୟ ସାହୁଙ୍କ ପତ୍ନୀ ମନୋରମାଙ୍କୁ ମିଳିଛି ବିଜୁ ପକ୍କାଘର। ୨୦୧୭-୧୮ ଆର୍ଥକ ବର୍ଷରେ ତାଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଯାଇଛି। ସେ ଗରିବ, ଛପର ଘରେ ରହୁଛନ୍ତି ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ବୋଲି ଦର୍ଶାଯାଇଛି। ସରକାରୀ ରେକର୍ଡରେ ତାଙ୍କର ବିପିଏଲ୍‌ ନଂ. ୧୪୪୩୮୪ ଦର୍ଶାଯାଇ ତାଙ୍କୁ ବିଜୁ ପକ୍କାଘର ଧରାଇ ଦିଆଯାଇଛି। ୨୦୧୮ ମାର୍ଚ୍ଚ ୩୦ ତାରିଖେରେ ତାଙ୍କୁ ବିଜୁ ପକ୍କାଘର ପ୍ରଦାନ ଲାଗି ମଂଜୁରୀ ପ୍ରଦାନ କରାଯାଇଥିବା ବେଳେ ୨୦୧୮, ୧୧ ମେ’ରେ ତାଙ୍କୁ ପ୍ରଥମ କିସ୍ତି ବାବଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ବିଜୟଙ୍କ ରାଜମହଲ ପରି ଘର ଥିବାବେଳେ କିପରି ତାଙ୍କ ପତ୍ନୀଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 ଯେଉଁ କ୍ଷେତ୍ରରେ ଜଣେ ଗରିବ ଶ୍ରେଣୀର ମଣିଷ ନିଜର  ମୁଣ୍ଡ ଗୁଞ୍ଜିବା ପାଇଁ ଗୋଟିଏ ଘର  କରିପାରୁନାହି  ସେହିଠାରେ ଏହି ଭଳି ବଡଲୋକମାନେ ନିଜର ପରିବାର ପାଇଁ ସବୁକିଛି ସୁବିଧା ସରକାରଙ୍କ ଠାରୁ ପାଉଛନ୍ତି | ସରକାର ଅନ୍ଧ ଭଳି ସେମାନଙ୍କ ସହାୟତା କରିଚାଲୁଛି

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.