ଖେଳ

ମାହିଙ୍କ ଗ୍ଲୋଭସକୁ ନେଇ ବିବାଦ

ଆଓରି-ଭୁବନେଶ୍ଵର(୦୭/୦୬): ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାରା ସ୍ପେଶାଲ ଫୋର୍ସର ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧି ଖେଳିଥିଲେ । ଏହାକୁ ନେଇ ସୋସିଆଲ ମଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଧୋନୀଙ୍କ ଦେଶପ୍ରେମକୁ ପୂରା ଦେଶବାସୀ ସାଲ୍ୟୁଟ କରିଥିଲେ । କିନ୍ତୁ ଏବେ ଧୋନିଙ୍କୁ ଗ୍ଲୋଭସରୁ ଏହି ବଳିଦାନ ଲୋଗୋକୁ ହଟାଇବାକୁ ବିସିସିଆଇକୁ କହିଛି ଆଇସିସି । ଏହି ବଳିଦାନ ଲୋଗୋ କେବଳ ପାରାମିଲିଟାରୀ କମାଣ୍ଡୋ ବ୍ୟବହାର କରିପାରିବେ । ତେବେ ଆଇସିସିର ନିୟମ ଅନୁଯାୟୀ, ଅର୍ନ୍ତରାଷ୍ଟ୍ରୀୟ ଇଭେଂଟ ବା ମ୍ୟାଚ ସମୟରେ ଜର୍ସି କିମ୍ବା ଅନ୍ୟ ସାମଗ୍ରୀ ଉପରେ ରାଜନୀତି, ଧର୍ମ କିମ୍ବା ଜାତିର ସନ୍ଦେଶ ରହି ପାରିବ ନାହିଁ । ସେନାକୁ ସମ୍ମାନ ଦେବାକୁ ଯାଇ ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ପାରା କମାଣ୍ଡୋ ଫୋର୍ସଙ୍କ ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧିିଥିଲେ ।

ପାରାସୁଟ୍ ରେଜିମେଂଟରେ ସ୍ୱତନ୍ତ୍ର ବଳ ପାଖରେ କେବଳ ଏହି ଲୋଗୋ ଥିବା ବ୍ୟାଚ୍ ଥାଏ । ଏହି ବ୍ୟାଚରେ ବଳିଦାନ ଶବ୍ଦ ଦେବନାଗରୀ ଲିପିରେ ଲେଖା ହୋଇଥାଏ ।୨୦୧୧ରେ ସେନାର ଲେପ୍ଟନାଂଟ କର୍ଣ୍ଣେଲ ପଦ ସହ ଧୋନୀଙ୍କୁ ସେନାରେ ସାମିଲ କରାଯାଇଥିଲା । ଆଉ ୨୦୧୫ ପାରାଟ୍ରୁପର ପଶିକ୍ଷଣରେ ଭାଗ ନେବା ସହ ସମସ୍ତ ପର୍ଯ୍ୟାୟ ପାର କରିଥିଲେ । ଆଉ ଏହାସହ ବଳିଦାନ ଲୋଗୋ ଥିବା ବ୍ୟାଚ ବ୍ୟବହାର କରିବାର ଯୋଗ୍ୟତା ହାସଲ କରିଥିଲେ ଧୋନି ।

Related Articles

Leave a Reply

Your email address will not be published. Required fields are marked *

Back to top button