ରାଜନୀତି

ଅରୁଣ ସାହୁଙ୍କ ଗିରଫ ଦାବିରେ ସିବିଆଇ କାର୍ଯ୍ୟାଳୟ ଘେରାଉ କଲେ କଂଗ୍ରେସ କର୍ମୀ

ବିବାଦରେ ପୁଣି ନୟାଗଡ଼ ବିଧାୟକ ତଥା ପୂର୍ବତନ ଆଇନମନ୍ତ୍ରୀ ଅରୁଣ ସାହୁ । ଅରୁଣଙ୍କ ଗିରଫ ଦାବି କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଶତାଧିକ କଂଗ୍ରେସ କର୍ମୀ । ନୟାଗଡ଼ ନିର୍ବାଚନ ମଣ୍ଡଳିରୁ ଶତାଧିକ କଂଗ୍ରେସ କର୍ମୀ ଆସି ସିବିଆଇ ଅଫିସ୍‌ ସମ୍ମୁଖରେ ଅରୁଣଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି । ଏହା ସହ ବିଧାୟକ ଅରୁଣ ସାହୁ ଅନେକ ଦୁର୍ନୀତିରେ ସମ୍ପୃକ୍ତ ରହିଛନ୍ତି ବୋଲି କହି ଏହାର ତଦନ୍ତ ଦାବି କରିଛି ନୟାଗଡ଼ ଜିଲ୍ଲା କଂଗ୍ରେସ । ଏନେଇ କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର  ସିବିଆଇକୁ ଦିଆଯାଇଛି ।

ପୂର୍ବରୁ ଅରୁଣଙ୍କ ନାଁରେ ଅନେକ ବାଦ ବିବାଦ ରହିଛି । ଛବି ବର୍ଦ୍ଧନ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଚିଟ୍‌ଫଣ୍ଡ ଦୁର୍ନୀତି ଓ ପରେ ବ୍ରହ୍ମ ବିଭ୍ରାଟ ଓ ଦାରୁ ଫିକ୍ସିଂରେ ଅରୁଣଙ୍କ ସମ୍ପୃକ୍ତି ରହିଛି । ଏଭଳି ଅଭିଯୋଗ କରିଛି କଂଗ୍ରେସ । ନବକଳେବର ସମୟରେ ଆଇନ ମନ୍ତ୍ରୀ ଥିବାବେଳେ ଅରୁଣ ଦଇତାପତିଙ୍କ ସହ ଶୋଇଥିବା ଫଟୋ ଭାଇରାଲ ହୋଇଥିଲା । ତାକୁ ନେଇ ମଧ୍ୟ ଅନେକ ବାଦବିବାଦ ଦେଖାଯାଇଥିଲା ।

ତେବେ ଏହି ସବୁ ଦୁର୍ନୀତିର ତଦନ୍ତ ଦାବି କରିବା ସହ ଅରୁଣଙ୍କ ଗିରଫ ଦାବି କରି ଶତାଧିକ କଂଗ୍ରେସ କର୍ମୀ ଆଜି ସିବିଆଇ କାର୍ଯ୍ୟାଳୟ ଘେରାଉ କରିଥିଲେ । ପୂର୍ବରୁ ମଧ୍ୟ ଏନେଇ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ସିବିଆଇ ଡାଇରେକ୍ଟରଙ୍କୁ ଏକ ପତ୍ର ଦିଆଯାଇଥିଲା । ଅରୁଣ ସାହୁ ଦାରୁ ଫିକ୍ସିଂ କରିଥିବାରୁ ତାଙ୍କର ମନ୍ତ୍ରୀ ପଦ ଚାଲିଗଲା ବୋଲି କଂଗ୍ରେସ ନେତ୍ରୀ ମିଲି ପଣ୍ଡା ତାଙ୍କୁ ତାତ୍ସଲ୍ୟ କରି କହିଛନ୍ତି । ନୟାଗଡ଼ କଂଗ୍ରେସ ନାତା ତଥା ଆଇନଜୀବୀ ଜିତୁ ଭାଇ, ହୁସେନ୍‌ ଖାଁ ଓ ମିଲିପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button