ଆସନ୍ତାକାଲି ଦେଶବ୍ୟାପୀ ପ୍ରତିବାଦ କରିବ ଅଖିଳ ଭାରତ କଂଗ୍ରେସ କମିଟି
1 min read
ଆ.ଓ.ରି(ତା୧୭|୫)-
କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ କହିଛି କଂଗ୍ରେସ। ଏଥିପାଇଁ ଆସନ୍ତାକାଲି ଦେଶବ୍ୟାପୀ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଅଖିଳ ଭାରତ କଂଗ୍ରେସ କମିଟି।
ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦେବାକୁ ପ୍ରଦେଶ କଂଗ୍ରେସ କମିଟି ମାନଙ୍କୁ ନିର୍ଦ୍ଦେଶ ଦେଇଛି ଏଆଇସିସି। ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ମଧ୍ୟ କୁହାଯାଇଛି। ଏ ନେଇ ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟ୍ ସବୁ ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖିଛନ୍ତି।