March 28, 2023

କଂଗ୍ରେସରୁ ହଟିବ ହାତ ଚିହ୍ନ ! ୧୮ ତାରିଖରେ ଶୁଣାଣି

1 min read

ଆଓରି(ତା୧୩|୪)– କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆଉ ମାତ୍ର କିଛି ଦିନ ଅଛି । ଏହି ସମୟରେ ଭାରତୀୟ ନିର୍ବାଚନ କମିଶନ କଂଗ୍ରେସର ନିର୍ବାଚନ ସଂକେତ ‘ହାତ’ ଚିହ୍ନକୁ ରଦ୍ଦ କରିବା ପାଇଁ ନେଇ ହୋଇଥିବା ଆବେଦନର ଶୁଣାଣୀ କରିବାକୁ ପ୍ରସ୍ତୁତ ହୋଇ ଯାଇଛନ୍ତି। ନିର୍ବାଚନ କମିଶନ ଆସନ୍ତା ୧୮ ତାରିଖରେ ଏନେଇ ଶୁଣାଣି କରିବେ।
ଉପ ନିର୍ବାଚନ କମିଶନ ଚନ୍ଦ୍ର ଭୂଷଣ କୁମାର ଏହି ମାମଲାର ଶୁଣାଣୀ କରିବେ। ଚଳିତ ବର୍ଷ ଜାନୁଆରୀରେ ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଏକ ଆବେଦନରେ ନିର୍ବାଚନ କମିଶନଙ୍କ ନିକଟରେ କଂଗ୍ରେସର ନିର୍ବାଚନ ସଂକେତ ‘ହାତ’ ଚିହ୍ନକୁ ରଦ୍ଦ କରିବା ପାଇଁ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ ଯେ ହାତ (ପାପୁଲି) ମଣିଷ ଶରୀର ଏକ ଅଂଗ। ଯାହା ନିର୍ବାଚନ ଚିହ୍ନ ଆଚାର ସଂହିତାକୁ ଉଲଂଘନ କରୁଛି। ନିଜର ୬ ପୃଷ୍ଠାର ଆବେଦନରେ ଶ୍ରୀ ଉପାଧ୍ୟାୟ, ଏହି ପ୍ରତୀକ ଜନ ପ୍ରତିନିଧିତ୍ୱ ଅଧିନିୟମର ଉଲଂଘନ ଏବଂ ଏହାଦ୍ୱାରା ନିର୍ବାଚନ ଆଚାର ସଂହିତା ଉଳଂଘନ ହୋଇଥାଏ । ସେ ମୁଖ୍ୟ ନିର୍ବାଚନ କମିଶନ ଓମ୍‍ ପ୍ରକାଶ ରାୱତଙ୍କୁ ସାକ୍ଷାତ କରିବା ସହିତ କମିଶନର ଆଇନ ପରାମର୍ଶଦାତାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ନିଜ ଅଭିଯୋଗ ପତ୍ରରେ ସେ ଦର୍ଶାଇଛନ୍ତି ଯେ କଂଗ୍ରେସ ନିଜ ନିର୍ବାଚନ ଚିହ୍ନର ଦୁରୁପଯୋଗ କରୁଛି। ପ୍ରଚାର ଅଭିଯାନ ଶେଷ ହେବା ପରେ ମଧ୍ୟ କଂଗ୍ରେସ ନିଜ ନିର୍ବାଚନ ଚିହ୍ନର ଦୁରୁପଯୋଗ କରୁଛି। ଏପରିକି ନିର୍ବାଚନ ଦିନ ସ୍ୱୟଂ ପ୍ରାର୍ଥୀ,ସମର୍ଥକ ଓ ପୁଲିଙ୍ଗ ବୁଥରେ ଥିବା ଏଜେଣ୍ଟ ମଧ୍ୟ ଇଶାରା ଦେଇ ହାତ ଦେଖାଇ ଥାଆନ୍ତି। ଯେଉଁଠାରେ କୌଣସି ପ୍ରକାରର ଇଶାରା ଅବା ପ୍ରଚାର ପ୍ରସାର ନିଷେଧ ସେଠାରେ ମଧ୍ୟ ଦଳର ପ୍ରଚାର ହୋଇଥାଏ। ତେଣୁ ୧୮ ତାରିଖରେ କଂଗ୍ରେସର ହାତ ଚିହ୍ନ ନେଇ ନିର୍ବାଚନ କମିଶନଙ୍କ ରାୟକୁ ପ୍ରତିକ୍ଷା କରାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.