ରାଜନୀତି

ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣକୁ ବିରୋଧ

ଆ.ଓ.ରି(୧୭|୫)-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦ କରି ଦଳର ନେତାମାନେ କର୍ଣ୍ଣାଟକ ବିଧାନସୌଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଏହି ଧାରଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ଜି.ଏନ୍. ଆଜାଦ୍, ଅଶୋକ ଗେହଲଟ୍, ମଲ୍ଲିକାର୍ଜ୍ଜୁନ ଖଡଗେ ସାମିଲ ହୋଇଛନ୍ତି। ବିଜେପି ସହିତ ଜେଡିଏସ୍ ନେତା ମାନେ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି।ଏଥିରେ ପ୍ରତିକ୍ରିୟା ରଖି ସିଦ୍ଧରମୈୟା କରିଛନ୍ତି ଯେ, “ଆମେ ଲୋକଙ୍କ ପାଖକୁ ଯିବୁ ଏବଂ ବିଜେପି କିପରି ଗଣତନ୍ତ୍ର ଉପରେ ବିଶ୍ୱାସ ନ ରଖି ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବୁ।”ଅନ୍ୟପଟେ କଂଗ୍ରେସର ୨ ଜଣ ବିଧାୟକ ଗାଏବ ଥିବା କୁହାଯାଇଛି। ରାୟଚୁର ମସ୍କିର ବିଧାୟକ ପ୍ରତାପ ଗୌଡ଼ ପାଟିଲ ଏବଂ ବେଲ୍ଲାରୀର ବିଧାୟକ ଆନନ୍ଦ ସିଂ ଗାଏବ ଥିବା ସୂଚନା ମିଳୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button