June 2, 2024

ତୃତୀୟ ଥର ପାଇଁ ଆଜି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

1 min read

ଆଓରି-ଭୁବନେଶ୍ଵର(୦୮/୦୩) : ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଗତ ତିନିମାସ ମଧ୍ୟରେ ଓଡ଼ିଶାକୁ ଏହା ତାଙ୍କର ତୃତୀୟ ଗସ୍ତ । ସେ ଓଡ଼ିଶା ଆସି ସିଧାସଳଖ କୋରାପୁଟ ଜିଲ୍ଲା ଜୟପୁର ଗସ୍ତରେ ଯିବେ । ସେଠାରେ ସେ ଏକ ଦଳୀୟ ସମାବେଶରେ କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ହୋଇଥିବାରୁ ରାହୁଲ ମହିଳା ସମାବେଶରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେ ଦିନ ୧୧ଟାରେ ଯାଜପୁରରେ ପହଁଚିବେ ବୋଲି ସୂଚନା ମିଳିଛି । ରାହୁଲଙ୍କ କାର୍ଯ୍ୟକ୍ରମ ପାଇଁ ୨୦ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକି ରହିଥିବା ବେଳେ ସମସ୍ତ ଜାତୀୟ ରାଜନୈତିକ ଦଳର ଫୋକସ ଓଡିଶା ଉପରେ ରହିଛି । ବିଭିନ୍ନ କେନ୍ଦ୍ରୀୟ ନେତା ତୁହାକୁ ତୁହା ଓଡିଶା ଗସ୍ତ କରିବା ସହ ପ୍ରଚାରର ମଙ୍ଗ ସମ୍ଭାଳୁଛନ୍ତି । ପୂର୍ବରୁ ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତନ୍ୟାଥ ଆଦି ବରିଷ୍ଠ ନେତାମାନେ ରାଜ୍ୟରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ପ୍ରଚାର ଯୁଦ୍ଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ମଧ୍ୟ ପୂର୍ବରୁ ୨ଥର ଓଡିଶା ଆସି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ସାରିଛନ୍ତି ।

ଗତ ଥର ରାହୁଲ ଓଡ଼ିଶା ଗସ୍ତରେ ଆସି  ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଖୁବ ବର୍ଷିଥିଲେ । ଆଜି ମଧ୍ୟ ସେହି ଆଭିମୁଖ୍ୟ ରହିବ ବୋଲି କର୍ମୀମାନେ ରାହୁଲଙ୍କଠାରୁ ଆଶା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.