ବିଜେପିରେ ମିଶିବେ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର
1 min read
ଆଓରି-ନୂଆଦିଲ୍ଲୀ(୦୮/୦୩) : ଗୁଜରାଟ କଂଗ୍ରେସକୁ ଲାଗିବ ଶକ୍ତ ଧକ୍କା । ଗୁଜରାଟ ରାଧାଁପୁରର କଂଗ୍ରେସ ବିଧାୟକ ତଥା ଓବିସି ନେତା ଅଳ୍ପେଶ ଠାକୁର ବିଜେପିରେ ମିଶିବେ। ଏପରିକି ସେ ସିଧା ସଳଖ ରାଜ୍ୟ ବିଜେପି ସରକାରରେ ଜଣେ ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇପାରନ୍ତି ବୋଲି ବିଶ୍ଵସ୍ତ ସୂତ୍ରରୁ ଜଣାଯାଇଛି। ଗୁଜରାଟ ମନ୍ତ୍ରୀମଣ୍ଡଳରେ ଦୁଇଟି ପଦବି ଖାଲି କରାଯିବା ଘଟଣା ଏଭଳି ଅନୁମାନକୁ ବଳିଷ୍ଠ କରିଛି।