ଜାତୀୟରାଜନୀତି

୫୦ ବର୍ଷ ଧରି ଦେଶବାସୀଙ୍କୁ ବୋକା ବନେଇଛି କଂଗ୍ରେସ ; ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୧୮/୧୧) : ନଭେମ୍ବର ୨୦ରେ ଛତିଶଗଡରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ରବିବାର ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମହାସମୁନ୍ଦର ଏକ ସଭାରେ ଯୋଗ ଦେଇ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ସଭାରେ ମୋଦୀ କହିଛନ୍ତି ଯେ, ୫୦ ବର୍ଷର ଶାସନକାଳ ମଧ୍ୟରେ କଂଗ୍ରେସ ସରକାର ଜନତାଙ୍କୁ ବେକଳ ମିଛ କହି ବୋକା ବନେଇଛି । ଏବେ କଂଗ୍ରେସ ବୁଝିଯିବା କଥା ଯେ, ଦେଶର ଜନତା ଜାଗ୍ରତ ହେଲେଣି । ଦେଶର ଜନତା କଂଗ୍ରେସକୁ ୪୪୦ରୁ ଆଣି ୪୦ରେ ପହଞ୍ଚାଇଛନ୍ତି ।  କର୍ଣ୍ଣାଟକରେ ଚାଷୀ ଋଣ ଛାଡ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଯେଉଁ ଚାଷୀ ଋଣ ନେଇଛନ୍ତି ସେମାନଙ୍କୁ ଗିରଫ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ରମଣ ସିଂହ ନକ୍ସଲ ଦମନ ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ସହ କଡା ସୁରକ୍ଷାବଳର ଆୟୋଜନ କରୁଛନ୍ତି । କିନ୍ତୁ କଂଗ୍ରେସ ଅମଳରେ କେନ୍ଦ୍ର ସରକାରଙ୍କୁ ଏହା ଦେଖା ଯାଉନଥିଲା । ମୋଦୀ କହିଛନ୍ତି ଆଗାମୀ ୫ ବର୍ଷ ଛତିଶଗଡ ପାଇଁ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ । ଯେପରି ପରିବାରରେ ୧୮ ବର୍ଷର ପିଲା ପ୍ରତି ଅଧିକ ଧ୍ୟାନ ଦିଆଯାଏ, ସେହିପରି ଏବେଠାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଛତିଶଗଡକୁ ଅଧିକ ଗୁରୁତ୍ଵ ଦେବା ଆବଶ୍ୟକତା ରହିଛି । ଆଜି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଛତିଶଗଡର ଜନସାଧାରଣରେ ପହଞ୍ଚି ପାରୁଛି ଏହାର ଏକମାତ୍ର କାରଣ ହେଉଛି ଯେ, ଛତିଶଗଡର ବିକାଶ ପାଇଁ ବିଜେପିକୁ ୩ ଥର ସୁଯୋଗ ମିଳିଛି  ।

Related Articles

Leave a Reply

Your email address will not be published. Required fields are marked *

Back to top button