ରାଜନୀତି

କଂଗ୍ରେସକୁ ସକ୍ରିୟ କରିବା ପାଇଁ ନବ ନିଯୁକ୍ତ ପ୍ରଭାରୀଙ୍କ ରୋଡ୍‌ମ୍ୟାପ୍‌

ଆଓରି(ତା୧୬|୪)-  କଂଗ୍ରେସକୁ ସକ୍ରିୟ କରିବା ପାଇଁ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରିଛନ୍ତି ନବ ନିଯୁକ୍ତ ପ୍ରଭାରୀ ଜିତେନ୍ଦ୍ର ସିଂହ। ଆସନ୍ତା ୧୮ରେ ସେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଅକ୍ଷୟ ତୃତୀୟାରେ ସେ ଓଡ଼ିଶା ଆସିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ୧୯ରେ ରାଜ୍ୟ କଂଗ୍ରେସର ଆଗଧାଡ଼ିର ନେତାଙ୍କୁ ନେଇ ସେ ଏକ ବୈଠକ ଡାକିବେ ବୋଲି ସୂଚନା ମିଳିଛି। ନୂଆଦିଲ୍ଲୀଠାରେ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରାଯିବ। ଏଥିରେ ଦଳରେ ଥିବା ଅସନ୍ତୋଷ, ପିସିସି ଓ ବିଧାୟକ ଦଳ ମଧ୍ୟରେ ବିଭେଦ ଆଦି ନେଇ ଆଲୋଚନା କରାଯାଇ ନୂଆ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ସୋମବାର ନୂଆଦିଲ୍ଲୀରେ ପ୍ରତ୍ୟେକ ରାଜ୍ୟର ଦଳ ପ୍ରଭାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଦଳର ତୃଣମୂଳସ୍ତରରେ ସଙ୍ଗଠନକୁ କିପରି ସୁଦୃଢ଼ କରାଯିବ, ସାଙ୍ଗଠନିକ ଦକ୍ଷତାକୁ ବୃଦ୍ଧି କରାଯିବା ସହିତ ଆଗାମୀ ଦିନରେ ମୋଦି ସରକାରଙ୍କୁ କିପରି ଗାଦିଚ୍ୟୁତ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଜିତେନ୍ଦ୍ର ସିଂହ ଏହି ବୈଠକରେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button