ବାଣିଜ୍ୟ
ପେଟ୍ରୋଲିୟମ ମନ୍ତ୍ରାଳୟର ସର୍ବବୃହତ ବିଦେଶୀ ପୁଞ୍ଜିନିବେଶ ପାଇଁ ବୁଝାମଣା
![Dharmendra Pradhan](http://www.aajiraodisha.org/wp-content/uploads/2018/06/36223823_1771715586245346_4853809512634646528_n-2.jpg)
ଆଓରି-ନୂଆଦିଲ୍ଲୀ (୨୭/୬) : ମହାରାଷ୍ଟ୍ରର ରତ୍ନଗିରିରେ ସମନ୍ଵିତ ରିଫାଇନାରି ଓ ପେଟ୍ରୋକେମିକାଲ୍ସ୍ କମ୍ପ୍ଲେକ୍ସକୁ ମିଳିତ ଭାବେ ନିର୍ମାଣ କରିବା ଓ ବିକଶିତ କରିବାକୁ ସାଉଦି ଆରାମକୋ ଓ ଆଡନୋକ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସାଉଦି ଆରାମକୋର ଅଧ୍ୟକ୍ଷ ଅମିତ ଏଚ୍ ନାସେର ଓ ୟୁଏଇର ରାଷ୍ଟ୍ର ମନ୍ତ୍ରୀ ତଥା ଆଡନୋକ ଗ୍ରୁପ୍ର ସିଇଓ ସୁଲତାନ ଅହମଦ ଅଲଜବର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହା ଭାରତର ରିଫାଇନାରି କ୍ଷେତ୍ରରେ ସର୍ବବୃହତ ପୁଞ୍ଜିନିବେଶ। ଏହା ପୂର୍ବରୁ ସାଉଦି ଆରାମକୋ ୨୦୧୮ ଏପ୍ରିଲ୍ରେ ଆଇଓସିଏଲ୍, ବିପିସିଏଲ୍ ଓ ଏଚ୍ପିସିଏଲ୍ରେ ରହିଥିବା ଭାରତୀୟ କନ୍ସର୍ଟିୟମ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ସାଉଦି ଆରାମକୋ ଏଥିରେ ଆଉ ଗୋଟିଏ ଷ୍ଟ୍ରାଟେଜିକ୍ ପାର୍ଟନର୍କୁ ସାମିଲ୍ କରିବାକୁ ଅନୁରୋଧ କରିଥିଲା।