ଅପରାଧ

ପୋଲିସ ବାବୁଙ୍କ ବିରୋଧରେ ଅଭିଯୋଗ: ଥାନାରେ ୭୪ ବର୍ଷିୟା ବୃଦ୍ଧାଙ୍କୁ ନିଧୁର୍ମ ପିଟିଲେ

ଆ.ଓ.ରି(୯|୫)-

୭୪ ବର୍ଷର ବୃଦ୍ଧା। ଜୀବନର ଅପରାହ୍ଣରେ ପହଞ୍ଚି ସାରିଲେଣି। ଦେହରେ ବଳ ନାହିଁ।   ହେଲେ ବୟସର ତାରତମ୍ୟ ନ ବୁଝି ଥାନାରେ ନିଧୁର୍ମ ପିଟିଲେ ଥାନାବାବୁ। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ବିରୋଧରେ।

ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ବାସନ୍ତୀ ପଳତାଙ୍କ ବୋହୂ, ଶ୍ୱଶୁର ଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ।  ବୋହୂର ଏତଲା କ୍ରମେ ପୋଲିସର ଡକରା ପାଇ ଶାଶୁ ବାସନ୍ତୀ ଓ ଦେଢ଼ଶୁର ଥାନାରେ ପହଞ୍ଚିଥିଲେ। ଥାନାରେ କିଛି ଘଣ୍ଟା ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଥାନାବାବୁ ଉଭୟଙ୍କୁ ରାତି ପର୍ଯ୍ୟନ୍ତ ଅଟକ ରଖିବା ସହ ଘରେ କାହିଁକି ଗଣ୍ଡଗୋଳ କରୁଛ କହି ବାସନ୍ତୀଙ୍କୁ ଲାଠିରେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button