ରାଜନୀତିରାଜ୍ୟ

ଭବାନୀପାଟଣାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ

ଆଓରି-ଭୁବନେଶ୍ଵର(୦୬/୦୨) : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭବାନୀପାଟଣାରେ ପହଞ୍ଚିଛନ୍ତି। ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡ଼ିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇ ରାଜ୍ୟ ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି।

ଆଜି ରାହୁଲ ଗାନ୍ଧୀ ଛତିଶଗଡ଼ର ରାୟପୁରରୁ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡ଼ିଆରେ ଓହ୍ଳାଇଥିଲେ। ସେଠାରେ ତାଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହିତ ମଞ୍ଚ ଆଡକୁ ପାଛୋଟି ନେଇଥିଲେ। ବହୁଦିନ ପରେ ଜଣେ କଂଗ୍ରେସ ଅଧ୍ୟକ୍ଷ କେବିକେ ଜିଲ୍ଲାଗସ୍ତରେ ଯାଇଥିିବାରୁ ସାଧାରଣ ଲୋକଙ୍କ ଆଗ୍ରହ ମଧ୍ୟ ବେଶ ବାରି ହୋଇପଡ଼ିଛି।

ମାତ୍ର ୧୫ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାହୁଲ । ଦଳର ମୁଖିଆଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି । ଅପରାହ୍ନ ପ୍ରାୟ ୨ଟାରେ ସେ ସୁନ୍ଦରଗଡ ଜିଲ୍ଲା ଇସ୍ପାତ ନଗର ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଉଦବୋଧନ ଦେବେ । ଉଭୟ ସ୍ଥାନ ଜନଜାତି ବହୁଳ ହୋଇଥିବାରୁ ସେମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇପାରନ୍ତି ରାହୁଲ । ଦୁଇ ବିଧାୟକ ନବ ଦାସ ଓ ଯୋଗେଶ ସିଂ ଦଳ ଛାଡିବା ପରେ କଂଗ୍ରେସର ଗଡ ଥିବା ପଶ୍ଚିମ ଓଡିଶାରେ ଦଳ ଦୁର୍ବଳ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଠିକ୍ ଏହିଭଳି ସମୟରେ ପଶ୍ଚିମ ଓଡିଶାରେ ସମାବେଶ କରି ଦଳକୁ ଶକ୍ତିଶାଳୀ କରିବାକୁ ରାହୁଲ ଆସିଛନ୍ତି । ତେବେ ଓଡିଶା ଗସ୍ତରେ ରାହୁଲ କ’ଣ କହିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button