ସ୍ୱାସ୍ଥ୍ୟ

ଶରୀର ପାଇଁ ନଡିଆ ତେଲର ଆବଶ୍ୟକତା

ନଡ଼ିଆ ତେଲରେ ବହୁ ଚମତ୍କାରିତା ଗୁଣ ନିହତ ହୋଇ ରହିଛି। ଏହା ଚର୍ମ ସମ୍ବନ୍ଧୀୟ ବହୁ ରୋଗର ନିରାକରଣ ନିମନ୍ତେ ବ୍ୟବହୃତ ହୋଇଥାଏ। ଏହା ଆମ ଶରୀର ପାଇଁ ବହୁ ହିତ ସାଧନ କରିଥାଏ।  ନଡ଼ିଆ ତେଲ ମୁହଁ ପାଇଁ ପ୍ରାକୃତିକ ମଶ୍ଚୁରାଇଜର ଭଳି କାମ କରିଥାଏ। ଏହାକୁ ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ଦେଖାଯାଇଥାଏ। ମୁହଁର ଚର୍ମ ଜାକି ହେଉଥିଲେ ନିୟମିତ ଏହାକୁ ଲଗାଇଲେ ଏହା ଚର୍ମକୁ ସୁସ୍ଥ ରଖିଥାଏ।
ଓଠ ଫାଟି ଥିଲେ ଏହାକୁ ନିୟମିତ ଲଗାଇଲେ ଓଠ ଆଉ ଫାଟି ନଥାଏ। ଗୋଡ଼ ଓ ହାତ ଫାଟିଲେ ମଧ୍ୟ ଏହାକୁ ଲଗାଇବା ଦ୍ୱାରା ଏହା ବହୁ ଲାଭ ଦାୟକ ହୋଇଥାଏ।
ସୁନ୍ଦର କେଶ ପାଇଁ ମଧ୍ୟ ନଡିଆତେଲର ଆବଶ୍ୟକତା ରହିଥାଏ |କେଶରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ଏହା କେଶକୁ ଖୁବ ମୋଟା ଓ ଲମ୍ବା କରିଥାଏ। ଏହାକୁ ୫ମିନିଟ କେଶ ମୂଳରେ ମାଲିସ କଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ ଓ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ। କେଶ ଖୁବ ଆକର୍ଷଣୀୟ ମଧ୍ୟ ହୋଇଥାଏ। ଏହାକୁ ଆଣ୍ଠୁ ଗଣ୍ଠି , ଅଣ୍ଟା ଆଦିରେ ପ୍ରତିଦିନ ମାଲିସ କଲେ ଏହା ଖୁବ ଉପକାର ପ୍ରଦାନ କରିଥାଏ। ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ। ବିନ୍ଧା ଯନ୍ତ୍ରଣା ଆଦି କମିଯାଇଥାଏ।
ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଇଲେ ମଧ୍ୟ ଏହା ଶରୀର ପାଇଁ ଖୁବ ଉପକାରୀ ଅଟେ।

Related Articles

Leave a Reply

Your email address will not be published. Required fields are marked *

Back to top button