କଳା ଓ ସଂସ୍କୃତି

ଶ୍ରୀମନ୍ଦିରରେ ଆଉ ଶ୍ରୀଫଳ ଭୋଗ ଲାଗିପରିବା ନାହିଁ : ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିରରେ ସେବାୟତମାନେ ଜଗମୋହନ ତଥା ଭିତରକାଠରେ ନଡ଼ିଆ ଭାଙ୍ଗିପାରିବେ ନାହିଁ। ଏ ନେଇ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ବୁଧବାର ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଇଛି। କୌଣସି ସେବାୟତ ଯଦି ଏହାକୁ ଅବମାନନା କରନ୍ତି, ତେବେ ତାଙ୍କ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ନଡ଼ିଆ ଭାଙ୍ଗିବା ଦ୍ୱାରା ଜଗମୋହନର ସୌନ୍ଦର୍ଯ୍ୟକରଣ ଉପରେ ଏହା ପ୍ରଭାବ ପକାଉଛି। ନଡ଼ିଆ ପାଣି ଏତେତେଣେ ଛିଟିକି ଦାଗ ରହୁଛି। ଏଥିସହ ତଳ ଚିକ୍କଣ ହୋଇ ବେଳେବେଳେ ସେବାୟତଙ୍କ ଗୋଡ଼ ମଧ୍ୟ ଖସୁଛି। ତେଣୁ ଜଗମୋହନରେ ନଡ଼ିଆ ନ ଭାଙ୍ଗିବାକୁ ମୁଖ୍ୟ ପ୍ରଶାସକ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button