ଘରକୁଡାକି ଏୟାର ହୋଷ୍ଟେସଙ୍କୁ ଦୁଷ୍କର୍ମ କଲେ ସହକର୍ମୀ
1 min read
ଆଓରି-ଭୁବନେଶ୍ଵର:(୦୬/୦୬) ମୁମ୍ବାଇରେ ଜଣେ ଏୟାର ହୋଷ୍ଟେସଙ୍କୁ ଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି। ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କର୍ପୋରେସନ୍ (ଏମ୍ଆଇଡିସି) ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ପୀଡ଼ିତା ଏୟାର ହୋଷ୍ଟେସଙ୍କୁ ନିଜ ଘରକୁ ଡାକିଥିଲେ। ତା’ପରେ ତାଙ୍କୁ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା। ପୁଲିସର କହିବା ଅନୁଯାୟୀ ପୀଡ଼ିତା ଙ୍କୁ ଅଭିଯୁକ୍ତ ମୁମ୍ବାଇର ଅନ୍ଧେରିରେ ଥିବା ନିଜ ଘରକୁ ଡାକି ଦୁଷ୍କର୍ମ କରିଥିଲେ। ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିବା କହି ଏୟାର ହୋଷ୍ଟେସଙ୍କୁ ଅଭିଯୁକ୍ତ ନିମନ୍ତ୍ରଣ କରିଥିଲେ। ସେହି ପାର୍ଟି ଥିବା ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା।
ଅଭିଯୁକ୍ତ ଓ ପୀଡିତା ଏକା ଏୟାରଲାଇନ୍ କଂପାନିରେ କାମ କରନ୍ତି ଓ ଦୁହେଁ ସାଙ୍ଗ ବୋଲି କୁହାଯାଉଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ସ୍ୱପ୍ନିଳ ଅରୁଣ କୁମାର ବଦୋନିୟା ବୋଲି ଜଣାଯାଇଛି। ଏହି ଘଟଣା ଜୁନ୍ ୪ ତାରିଖ ରାତିରେ ଘଟିଥିଲା। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି।