ରାଜ୍ୟ

ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର , ବିରୋଧ ନୁହେଁ ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୦୬/୦୨) : ଢେଙ୍କାନାଲ ଜିଲ୍ଲା କାମାକ୍ଷାନଗରଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ  ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ  । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ୨୩୫୦ କୋଟି ଟଙ୍କା ବିନିମୟରେ ବ୍ରାହ୍ମଣୀ ନଦୀ ଉପରେ ୨ଟି ପୋଲ ସହ ଗୋଟିଏ ଯାଜପୁର ଜିଲ୍ଲାରେ ଏବଂ ଆଉ ଗୋଟିଏ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ସୀମାରେ ଦୁଇଟି ପୋଲ ସହ ଏକ ରାସ୍ତା ନିର୍ମାଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି  । ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟର ବିକାଶ ପାଇଁ ସହଯୋଗ ଦରକାର ବିରୋଧ ନୁହେଁ ।

ଏନଏଚ୍ ୨୦୦କୁ ପରବର୍ତୀ ଅବସ୍ଥାରେ ଏନ୍ଏଚ୍ ୫୩ରେ ପରିବର୍ତ୍ତନ କରାଯାଇଛି । ଝାରସୁଗୁଡା ଜିଲ୍ଲାର କନକତୋରାରୁ ଭାୟା ଟୁବୁରି ଦେଇ ଚଣ୍ଡିଖୋଲ ପର୍ଯ୍ୟନ୍ତ ଏହି ରାସ୍ତାଟି ଲମ୍ବିଛି । ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଏହି ରାସ୍ତାଟି ଜାତୀୟ ରାଜପଥ ହୋଇଥିଲା । କାମାକ୍ଷାନଗର ସବଡିଭିଜନକୁ ଯୋଡୁଥିବା ଏହି ରାସ୍ତାଟିର ଦୁରବସ୍ଥା କିପରି ଥିଲା ତାହା ସ୍ଥାନୀୟ ବାସୀନ୍ଦା ଅଙ୍ଗେ ନିଭାଇଛନ୍ତି । ଆଜି  ଯେଉଁ ନୂଆ ଜାତୀୟ ରାଜପଥ ୫୩ ହୋଇଛି ତାହା ନୂଆ ରୂପ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ୨୩୫୦ କୋଟି ଟଙ୍କା ବିନିମୟରେ ଏ ରାସ୍ତା ବ୍ରାହ୍ମଣୀ ନଦୀ ଉପରେ ଦୁଇଟି ପୋଲ ସହ ଗୋଟିଏ ଯାଜପୁର ଜିଲ୍ଲାରେ ଏବଂ ଆଉ ଗୋଟିଏ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ସୀମାରେ ଦୁଇଟି ପୋଲ ସହ ଏକ ରାସ୍ତା ନିର୍ମାଣ କରାଯିବ । ତେବେ ଏଥିରେ ସବୁଠାରୁ ଅଧିକ ଲାଭବାନ କାମାକ୍ଷାନଗର ସବଡିଭିଜନକୁ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେବଳ ଗମନାଗମନ ନୁହେଁ, ନୂଆ ଭାରତ ନିର୍ମାଣ ଦିଗରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଏହା ମଧ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ମହତ କାର୍ଯ୍ୟ ପାଇଁ କିଛି ଅନୁମତିର ଆବଶ୍ୟକତା ରହିଥିବା ବେଳେ ୩ୟ ମହଲାର ବାବୁମାନେ ଗତକାଲି ଅନୁମତି ଦେଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର, ବିରୋଧ ନୁହେଁ । ପର୍ଜଙ୍ଗରୁ ଖଡଗପ୍ରସାଦ ପର୍ଯ୍ୟନ୍ତ ଏନଏଚ୍ ୫୩ରୁ ଏନଏଚ୍ ୪୨ ଭିତରେ ଏକ ସଂଯୋଗୀକରଣ କରାଯାଇ ବ୍ରାହ୍ମଣୀ ନଦୀ ଉପରେ ଆଉ ଏକ ରାସ୍ତା ନିର୍ମାଣ ପାଇଁ ଦେଢ ବର୍ଷ ହେଲା କେନ୍ଦ୍ର ସରକାର ନିର୍ଣ୍ଣୟ ନେଇଥିଲେ ସୁଦ୍ଧା ରାଜ୍ୟ ସରକାର ସହଯୋଗ ନକରି ଅନୁମତି ଦେଉନାହାନ୍ତି ।  ସେହିପରି ପର୍ଜଙ୍ଗ, ଖଡଗପ୍ରସାଦ ରାସ୍ତା, ନରଣପୁରରୁ କାମାକ୍ଷାନଗର ପାଇଁ ଜାତୀୟ ରାଜପଥ ନିର୍ମାଣ ଯୋଜନା ମଧ୍ୟ ରହିଛି । ଏନେଇ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସହଯୋଗ ଲୋଢିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Related Articles

Leave a Reply

Your email address will not be published. Required fields are marked *

Back to top button