May 19, 2024

ଭବାନୀପାଟଣାରେ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ

1 min read
Yogi-Adityanath-In-Bhabanipatna-Aajira-Odisha

ଆଓରି-ଭୁବନେଶ୍ଵର(୨୦/୦୨) : ଭବାନୀପାଟଣାରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୫ଟି ସଂସଦୀୟ କ୍ଷେତ୍ରର କର୍ମୀଙ୍କୁ ଉଦବୋଧନ ଦେବେ ଯୋଗୀ । ବିଜେପିର  ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ଯୋଗୀ ଆଦିତ୍ୟନାଥ  । ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ବିଜେପିର ସ୍ଥିତି ମଜବୁତ କରିବା ପାଇଁ ଯୋଗୀ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବେ ।

କଳାହାଣ୍ଡିର ଅରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ପ୍ରଥମେ ପୂଜାର୍ଚ୍ଚନା କରିବେ ଯୋଗୀ । ଏହାପରେ ଭବାନୀପଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ହେବାକୁ ଥିବା ଜନ ସମାବେଶରେ ଯୋଗଦେବେ ।

ଯୋଗୀ ଏହି ଜନ ସମାବେଶରେ ରାଜ୍ୟରେ କ୍ଷମତାରେ ଥିବା ବିଜେଡିକୁ ଟାର୍ଗେଟ କରିବା ସହ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିପାରନ୍ତି । କଳାହାଣ୍ଡି ସହ ବଲାଙ୍ଗିର, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁରରୁ ବିଜେପି କର୍ମୀମାନେ ଯୋଗୀଙ୍କ ସଭାରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.