ରାଜନୀତି

ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶରେ ଧ୍ୟାନ ଦିଅନ୍ତୁ: ଧର୍ମେନ୍ଦ୍ର

ଆଓରି(ତା୧୫|୪)- ପଞ୍ଚଦଶ ଅର୍ଥ କମିଶନର ଟିଓଆର୍‌(ଟର୍ମ ଅଫ୍‌ ରେଫରେନ୍ସ) ପରିବର୍ତ୍ତନ କରିବା ଏବଂ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ୨୦୧୧ ଜନଗଣନାକୁ ଆଧାର ନ କରି ୧୯୭୧ ମସିହା ଜନଗଣନା ଅନୁଯାୟୀ ରାଜ୍ୟକୁ ଅନୁଦାନ ପ୍ରଦାନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ। ଭାଜପା ଦଳୀୟ କାର୍ଯ୍ୟାଳୟଠାରେ ରବିବାର ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ରାଜ୍ୟ ସରକାର ଏହାକୁ ନେଇ ରାଜନୀତି ନ କରନ୍ତୁ। ଅର୍ଥ କମିଶନଙ୍କ ଟିଓଆର୍‌ ବଦଳାଇବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ପଷ୍ଟୀକରଣ ରଖି ସାରିଛନ୍ତି। ନିଜର ଅପାରଗତା ଲୁଚାଇବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଉପରେ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button