‘ଜଳସାଥୀ’ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
1 min read
ଆଓରି-ନୂଆଦିଲ୍ଲୀ(୧୮/୧୨) : ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୈଷୟିକ ତାଲିମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର ରେଲଓ୍ବେ ଅଡିଟୋରିୟମ୍ରେ ଜଳସାଥୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଏହା କହିଛନ୍ତି। ଏହି ଅବସରରେ ସେ ‘ଜଳସାଥୀ’ ଆପ୍କୁ ମଧ୍ୟ ଉନ୍ମୋଚନ କରିଛନ୍ତି। ପ୍ରଥମ ଥର ପାଇଁ ରାଜଧାନୀର ୭ଟି ଓ୍ବାର୍ଡରେ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ। ଜଳକର ଆଦାୟ ସହ ବିଶୁଦ୍ଧ ଜଳ ଉପରେ ଜଳସାଥୀ ଗୁରୁତ୍ୱ ଦେବ। ସ୍ବଚ୍ଛ ପାନୀୟ ଜଳ ପାଇବା ଦିଗରେ ଜଳସାଥୀ ଲୋକଙ୍କୁ ସଚେତନ କରିବ। ଜଳଯୋଗାଣକାରୀ ସଂସ୍ଥା ଓ ଉପଭୋକ୍ତାଙ୍କ ମଧ୍ୟରେ ଜଳସାଥୀ ସେତୁ ଭଳି କାମ କରିବ ବୋଲି ନବୀନ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ୫୯୩ଟଙ୍କା ଜଳକର ବାବଦକୁ ପ୍ରଦାନ କରିଛନ୍ତି।