April 24, 2024

ବିଜେପି ନେତାଙ୍କ ଲୋକପ୍ରିୟତା ବଢୁଥିବା ନେଇ ଚିନ୍ତାରେ ନବୀନ ସରକାର

1 min read
Naveen-Patnaik-in-Tension-Aajira-Odisha

ଆଓରି-ଭୁବନେଶ୍ଵର(୦୬/୦୨) : ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ତେବେ ନୀତିନଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ବିଜେପି କର୍ମୀ ଉତ୍ସାହିତ ଥିବାବେଳେ ଶାସକ ଦଳ ତାଙ୍କୁ ନିରାଶ କରିବାକୁ ପ୍ରାଣପଣେ ଚେଷ୍ଟା କରିଛି । ପ୍ରତିହିଂସା ପରାୟଣ ହୋଇପଡ଼ିଛନ୍ତି ରାଜ୍ୟ ସରକାର ବୋଲି ଏବେ ଚର୍ଚ୍ଚା ହେଉଛି । କେନ୍ଦ୍ରମନ୍ତ୍ରୀ ନିତୀନ୍‌ ଗଡ଼କରୀ ରାଜ୍ୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ମନରେ ଏହାକୁ ନେଇ ଭୟ ସୃଷ୍ଟି ହୋଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । କାରଣ ଓଡ଼ିଶାକୁ ବାରମ୍ବାର ବିଜେପିର କେନ୍ଦ୍ରୀୟ ନେତା ଆସି ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାସ୍‌ କରିବାରେ ଲାଗିଛନ୍ତି । ଏମିତିକି ଓଡ଼ିଶାରେ ବିଜେପିର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଶାସକ ଦଳ ମନରେ ଆଶଙ୍କା ସୃଷ୍ଟି କରିଛି । ଏନେଇ ଏବେ ବିରୋଧୀଙ୍କ ମହଲରେ ଏବଂ ବିଭିନ୍ନ ଚା’ ଖଟିରେ ଢେର୍‌ ଚର୍ଚ୍ଚା ଚାଲିଛି ।

ରାଜ୍ୟ ସରକାର ନିଜ ସରକାରୀ କଳକୁ ଅପବ୍ୟବହାର କରି କେନ୍ଦ୍ରମନ୍ତ୍ରୀ ନୀତିନଙ୍କ ସ୍ୱାଗତ ପାଇଁ ଲାଗିଥିବା ସବୁ ବ୍ୟାନର ପୋଷ୍ଟର ବାହାର କରି ଦେଉଛନ୍ତି । କିନ୍ତୁ ସେହି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଏବଂ ବିଜେଡିର ବ୍ୟାନର ଲାଗି ରହୁଛି । କେବଳ ବିଜେପି ନେତାଙ୍କ ବ୍ୟାନର ବାହାର କରିବାର କ’ଣ ଉଦ୍ଦ୍ୟେଶ୍ୟ ରହିଛି ବୋଲି ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ବିଜେପି ନେତାଙ୍କ ଲୋକପ୍ରିୟତା ବଢୁଥିବାରୁ ନବୀନ ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଥିବା କୁହାଯାଉଛି ।

ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଆସି ୩ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମିପୂଜନ କରିବେ । ଏହି ଜାତୀୟ ରାଜପଥ ପ୍ରକଳ୍ପରେ ୨,୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ  । ଏହା ସହ ପାରାଦୀପ ବନ୍ଦରରେ ୪୩୧ କୋଟି ଟଙ୍କାର ଏକ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଏହା ସହିତ ଭୁବନେଶ୍ଵର, ପାରାଦୀପ ଓ କାମାକ୍ଷାନଗରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମସ୍ତ ଅର୍ଥ ଓଡିଶାର ବିକାଶରେ ଖର୍ଚ୍ଚ ହେବ । ତେଣୁ ଦଳ କିଛି ଲୋକଙ୍କୁ ପଠାଇ ନୀତିନଙ୍କ ପୋଷ୍ଟର ହଟାଇବାରେ ଲାଗିପଡିଛି ।

ତେବେ ବ୍ୟାନର ପୋଷ୍ଟର ହଟାଇବା ଘଟଣା ନୂଆ ନୂହେଁ ଆଗରୁ ମଧ୍ୟ ଅନେକ ଥର ଏଭଳି  ଦେଖିବାକୁ ମିଳିଛି । ଏପରିକି ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ପାଇଁ ଲାଗିଥିବା ପୋଷ୍ଟରକୁ କିଛି ବିଜେଡି କର୍ମୀ ଚିରିବା ସହ ଫିଙ୍ଗି ଦେଇଥିବାର ନଜିର ରହିଛି । ବାରମ୍ବାର ଏପରି ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.