May 1, 2024

କାଳିଆ ଯୋଜନାରେ ଓଡ଼ିଶାବାସୀଙ୍କୁ ଭେଳିକି ଦେଖାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Aajira-Odisha

ତୈଳ କମ୍ପାନୀ ପକ୍ଷରୁ ଭୁବନେଶ୍ୱର ରେଲ୍‌ଓ୍ୱେ ଷ୍ଟାଡିୟମରେ ଆୟୋଜିତ ଉଜ୍ଜଳା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟ ସରକାର ଜଗତର ନାଥ ଜଗନ୍ନାଥ କାଳିଆ ମହାପ୍ରଭୁଙ୍କୁ ଉପାସ ରଖିଲେ, ଏଭଳି ଅନିୟମିତତାକୁ ରାଜ୍ୟବାସୀ କେବେ ବି ବରଦାସ୍ତ କରିବେ ନାହିଁ । କିନ୍ତୁ ସେହି କାଳିଆ ନାଁରେ ଯୋଜନା କରି ରାଜ୍ୟ ସରକାର ଚାଷୀଙ୍କୁ ଠକୁଛନ୍ତି ଏବଂ ଭୋଟ ରାଜନୀତି କରୁଛନ୍ତି ।

ଧର୍ମେନ୍ଦ୍ର ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ ହେଉଥିବା ଚାଷୀ ମୃତ୍ୟୁ ପାଇଁ ଦାୟୀ କିଏ ? ରାଜ୍ୟରେ ଋଣଭାର ସହି ନପାରି ଆତ୍ମହତ୍ୟା କରିଥିବା ବୃନ୍ଦା ସାହୁ କଥା ମଧ୍ୟ ମନେ ପକାଥିଲେ ଧର୍ମେନ୍ଦ୍ର ।

ଏହା ସହ ଧର୍ମେନ୍ଦ୍ର କହିଛନ୍ତି ଯେ, ଖୋର୍ଦ୍ଧାରେ ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ହେବାର ଅତ୍ୟନ୍ତ ଆବଶ୍ୟକ ରହିଛି । କିନ୍ତୁ ରାଜ୍ୟ ସରକାର ଏହାକୁ କରିବାକୁ ଦେଉ ନାହାନ୍ତି । ରାଜ୍ୟ ସରକାର ବଟଲିଂ ପ୍ଲାଣ୍ଟ ପାଇଁ ଯାଗା ଦେଉ ନାହାନ୍ତି । କିନ୍ତୁ ସେପଟେ ଉଜ୍ଜଳା ଯୋଜନା ବିଷୟରେ ନାନା ପ୍ରଶ୍ନ କରୁଛନ୍ତି । ଏହା ରଜ୍ୟ ସରକାରଙ୍କ ଦୋମୁହାଁ ନୀତି ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଟ୍ରିପଲ୍‌ ତଲାକ୍‌କୁ ନେଇ ବିଜେଡି ତାର ଆଭିମୂଖ୍ୟ ସ୍ପଷ୍ଟ କରୁ ନାହିଁ ବୋଲି ମଧ୍ୟ କହିଛନ୍ତି । ବିଜେଡିର ଏଭଳି ନୀତିକୁ କେନ୍ଦ୍ରମନ୍ତ୍ରୀ ନୀଳବର୍ଣ୍ଣ ଶୃଗାଳ ବୋଲି ତାତ୍ସଲ୍ୟ କରିଛନ୍ତି ।

ଶେଷରେ ରାଜ୍ୟ ଚାଲିଥିବା ପିସି କାରବାରକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ପିସିର ଚେର ସିଧା ସଳଖ ନବୀନଙ୍କ ଘର ଯାଏଁ ଲମ୍ବିଛି ବୋଲି ସେ କହିଛନ୍ତି । ଏହା ସହ ପିସି ଦାନବ ସରୋଜ ସାହୁ ନବୀନଙ୍କ ଘରେ ଲୁଚିଛି ବୋଲି ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.