May 20, 2024

ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

1 min read
CM-Naveen-Patnaik-Aajira-Odisha

ଆଓରି-ଭୁବନେଶ୍ଵର(୨୬/୦୨) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ହେଲେ ବିଜେଡି ସଭାପତି । ଅଷ୍ଟମ ଥର ପାଇଁ ସେ ହୋଇଛନ୍ତି ବିଜେଡି ସଭାପତି । ରାଜ୍ୟ ପରିଷଦ ବୈଠକରେ ଘୋଷଣା କଲେ ରିଟର୍ଣ୍ଣିଂ ଅଫିସର୍ ପ୍ରତାପ ଦେବ ।

ବିଜେଡି ରାଜ୍ୟ ପରିଷଦ ବୈଠକ । ବୈଠକରେ ପରିଷଦର ୩୫୫ ଜଣ ସଦସ୍ୟ ଯୋଗ ଦେଇଛନ୍ତି । ଅଷ୍ଟମ ଥର ପାଇଁ ନବୀନ ପଟ୍ଟନାୟକ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପରିଷଦର ୩୫୫ ଜଣ ସଦସ୍ୟଙ୍କ ଭିତରୁ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସଭାପତି ଭାବେ ନବୀନ ଓ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନା ଘୋଷଣା ହୋଇଛି । ଦୁଇ ମାସ ଧରି ଚାଲିଥିବା ବିଜେଡିର ସାଙ୍ଗଠନିକ ନିର୍ବାଚନ ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.