ଅପରାଧ

ଚତୁର୍ଥ ଶ୍ରେଣୀ ଛାତ୍ରୀ ସହ ରେପ

ଆଓରି(ତା୨୨|୪)- ପଶ୍ଚିମ ବଙ୍ଗର ରାୟଗଞ୍ଜ ସହରରେ ଜଣେ ଶିକ୍ଷକଙ୍କ ଦ୍ଵାରା ଟତୁର୍ଥ ଶ୍ରେଣୀର ଦୁଇଜଣ ବାଳିକାଙ୍କ ସହ ଚାରି ଦିନ ପର୍ଯ୍ୟନ୍ତ ରେପ କରିବା ମାମଲା ସାମନାକୁ ଆସିଅଛି। ସମ୍ପୂର୍ଣ୍ଣ ମାମଲା ତେବେ ସାମନାକୁ ଆସିଲା ଯେତେବେଳେ ବାଳିକା ଶୁକ୍ରବାର ସ୍କୁଲ ଯିବାକୁ ମନା କରିଥିଲା ଏବଂ ମାତା-ପିତା ପଚାରିବାରୁ ସମ୍ପୂର୍ଣ୍ଣ କଥା କହିଥିଲା। ଏହି ମାମଲାରେ ବାଳିକାର ପରିବାର ଶିକ୍ଷକ ବିରୁଦ୍ଧରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ କହିଛି ୩୫ ବର୍ଷର ଶିକ୍ଷକ ବିରୁଦ୍ଧରେ ଶିଶୁର ମାତା-ପିତା ଅଭିଯୋଗ କରିଛନ୍ତି। କିନ୍ତୁ ଶିକ୍ଷକ ଫେରାର ଅଛି।

ସୂଚନାଯୋଗ୍ୟଯେ, ଶିଶୁଟି ଶୁକ୍ରବାରଦିନ ସ୍କୁଲ ନ ଯିବାକୁ ଜିଦ କରିବା ଲାଗି ଯେତେବେଳେ ମା’ ବାପା କାରଣ କ’ଣ ଜାଣିବା ପାଇଁ ଚାହିଁଲେ ସେତେବେଳେ ଶିଶୁଟି କହିଲା ସ୍କୁଲ ଛୁଟି ହେବା ପରେ ଯିକ୍ଷକ ତା’ ସାଥିରେ ଦୁଷ୍କର୍ମ କରୁଥିଲା ଏବଂ ଏମିତି ସେ କ୍ରମାଗତଭାବେ ଚାରି ଦିନ ହେବ କରି ଆସୁଅଛି। ସେ କହିଲା ତା’ ବ୍ୟତୀତ ଶିକ୍ଷକ ଅନ୍ୟ ଏକ ଝିଅ ସହିତ ମଧ୍ୟ ଚାରି ଦିନ ହେଲା ଦୁଷ୍କର୍ମ କରୁଛି। ଏହା ପରେ ଝିଅର ମାତା ପିତା ଅନ୍ୟ ଝିଅର ଘରକୁ ଯାଇ ଏହି ଘଟଣା ବିଷୟରେ ତାଙ୍କୁ ସଂପୂର୍ଣ୍ଣ ସୂଚନା ଦେଇଥିଲେ।

ପୁଲିସ ମୁତାବକ ଦୁଷ୍କର୍ମ କରିବା ପରେ ଶିକ୍ଷକ ବାଳିକାଦ୍ୱୟଙ୍କୁ ଧମକ ଦେଇଥିଲା କି ଯଦି ସେ କାହାକୁ କିଛି କୁହନ୍ତି ତେବେ ତାଙ୍କୁ ଜୀବନରେ ମାରି ଦେବ। ବାଳିକାମାନଙ୍କର ଆଜି ଜିଲ୍ଲା ହ।ସ୍ପିଟାଲରେ ମେଡିକାଲ ଟେଷ୍ଟ କରାଯିବ। କୁହାଯାଇପାରେଯେ, ଉନ୍ନାବ ଗ୍ୟାଙ୍ଗରେପ ଏବଂ କଠୁଆରେ ଆଠ ବର୍ଷର ଶିଶୁ ସହିତ ଦୁଷ୍କର୍ମ ଏବଂ ହତ୍ୟା ପରେ ଉଠିଥିବା ଜନାକ୍ରୋଶକୁ ନଜରରେ ରଖି ସରକାର ଶନିବାରଦିନ ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସହିତ ଦୁଷ୍କର୍ମର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଏହି ସମ୍ବନ୍ଧିତ ଅଧ୍ୟାଦେଶ ଉପରେ ମୋହର ଲାଗିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button