ରାଜ୍ୟ

ଆତ୍ମହତ୍ୟା କରିଥିବା ଛାତ୍ର ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ

ଆ.ଓ.ରି(ତା୧୯|୫)-ପରୀକ୍ଷାରେ ଫେଲ୍ ହେବା ଆଶଙ୍କା କରି ଆତ୍ମହତ୍ୟା କରିଥିବା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀନଗରର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ରାଜେଶ ପଣ୍ଡା ,ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଆଜି ରେଜଲ୍ଟ ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି।

ଗତ ଗୁରୁବାର ରାତିରେ ସେ ନିଜ ଦେହରେ କିରୋସିନ ଢ଼ାଳି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ସେ କାହିଁକି ସେ ଆତ୍ମହତ୍ୟା କଲେ, ନା ମୃତ୍ୟୁପଛରେ ଅନ୍ୟ କୌଣସି କାରଣ ଅଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ତେବେ ରେଜଲ୍ଟ ଖରାପ୍ ହେବା ଆଶଙ୍କାରେ ସେ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ସେହିପରି ରେଜଲ୍ଟ ବାହାରିବା ପୂର୍ବରୁ ରାୟଗଡ଼ା ରୋହିତ କଲୋନୀର ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଜିଲ୍ଲା ଯୋଜନା ଏବଂ ପରିଚାଳନା ବିଭାଗର ସହକାରୀ ଷ୍ଟାଟିଷ୍ଟିକାଲ୍ ଅଧିକାରୀ ଅଭୟ କୁମାର ସେଠୀଙ୍କ ପୁଅ ଅନୁରାଗ। ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button