ଜାତୀୟ

ଆତଙ୍କବାଦକୁ ବରଦାସ୍ତ କରାଯିବନି ବୋଲି ବୟାନ ଦେଲା ଚୀନ

ଆଓରି-ନୂଆଦିଲ୍ଲୀ(୨୭/୦୨) : ଭାରତ- ପାକ୍ ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିବା ବେଳେ ଚୀନର ବଡ ବୟାନ । ଭାରତ-ଚୀନ-ଋଷିଆ ମଧ୍ୟରେ ବୈଠକ ପରେ ଆତଙ୍କବାଦକୁ ବରଦାସ୍ତ କରାଯିବନି ବୋଲି ବୟାନ ଦେଇଛି ଚୀନ ।

ସୂଚନାଯୋଗ୍ୟ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ଚୀନ ଗସ୍ତରେ ଯାଇ ଭାରତୀୟ ବାୟୁସେନାର ବଦ୍‌ଲା ସମ୍ପର୍କରେ କହିଛନ୍ତି । ଏହି ଅବସରରେ ସେ ଚୀନର ବିଦେଶୀ ମନ୍ତ୍ରୀ ୱାଙ୍ଗ ଲୀ ଓ ଋଷ ପ୍ରତିପକ୍ଷଙ୍କୁ ସାକ୍ଷାତ କରିଛନ୍ତି । ଭାରତ ଆତଙ୍କବାଦକୁ ବରଦାସ୍ତ କରିବନି ଏବଂ ଏହା ବିରୁଦ୍ଧରେ ଜିରୋ ଟଲରେନ୍ସ ନୀତି ରଖେ ବୋଲି କହିଛନ୍ତି ସୁଷମା ସ୍ୱରାଜ ।

ଚୀନରେ ତିନି ଦେଶର ବିଦେଶ ମନ୍ତ୍ରୀଙ୍କ ୧୬ତମ ବୈଠକ ପରେ ଚୀନ ମଧ୍ୟ ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ପୋଷଣ କରିଛି । ପାକିସ୍ତାନର ନାଁ ନନେଇ ଚୀନ ଆତଙ୍କବଦୀକୁ ମୂଳୋତ୍ପାଟନ କରିବାର ଆବଶ୍ୟକତା ରହିଥିବା କହିଛି । ତିନି ରାଷ୍ଟ୍ର ମଧ୍ୟରେ ହୋଇଥିବା ବୈଠକରେ ଏହି ସହମତି ହୋଇଛି ଯେ, ଆତଙ୍କବଦୀକୁ ସମର୍ଥନ କରୁଥିବା ରାଷ୍ଟ୍ରର ଗତିବିଧି ଉପରେ ରୋକ୍ ଲଗାଯିବା ଆବଶ୍ୟକ ।

ସେହିପରି ପୁଲୱାମା ଆକ୍ରମଣରେ ଜୈଶ୍ ନିଜକୁ ଦାୟୀ କରିଥିଲେ ମଧ୍ୟ ପାକିସ୍ତାନ କୌଣସି ପଦକ୍ଷେପ ଗ୍ରହଣ କଲାନାହିଁ । ତେଣୁ ଭାରତକୁ ଏପରି ପଦକ୍ଷେପ ନେବାକୁ ପଡିଲା ବୋଲି ସୁଷମା ସ୍ୱରାଜ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button