December 7, 2023

ମସୁଦ୍ ଅଜହରକୁ ପୁଣି ସୁରକ୍ଷା ଦେଲା ଚୀନ ଜାତିସଂଘ

1 min read
Masood-Azhar-Aajira-Odisha

ଆଓରି-ନୂଆଦିଲ୍ଲୀ(୧୪/୦୩) : ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ମୁଖ୍ୟ ମସୁଦ୍ ଅଜହରକୁ ପୁଣି ସୁରକ୍ଷା ଦେଲା ଚୀନ ଜାତିସଂଘ। ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଚୀନ ରୋକ ଲଗାଇଛି। ଚତୁର୍ଥ ଥର ଲାଗି ଚୀନ୍ ମସୁଦ ଅଜହରକୁ ସୁରକ୍ଷା ଦେଇଛି। ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଆହୁରି ପ୍ରମାଣ ଆବଶ୍ୟକ ବୋଲି ଚୀନ କହିଛି। ଏହା ଦ୍ୱାରା ସଂଯୁକ୍ତ ରାଷ୍ଟ୍ର ପରିଷଦର ବହୁ ସଦସ୍ୟ ରାଷ୍ଟ୍ର ଅସନ୍ତୋଷ ଅଛନ୍ତି ।

ଜାତିସଂଘ ସୁରକ୍ଷା ପରିଷଦରେ ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମସୁଦ୍‌କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ବ୍ୟତୀତ ସମସ୍ତେ ସମର୍ଥନ କରିଥିବା ସୂଚନା ମିଳିଛି। ଚୀନର ସୁରକ୍ଷା ଯୋଗୁ ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇ ପାରିନାହିଁ । ଚୀନ ଚତୁର୍ଥ ଥର ପାଇଁ ବାଧା ସୃଷ୍ଟି କରିଛି । ସୁରକ୍ଷା ପରିଷଦ ଚୀନକୁ ଯେଉଁ କାର୍ଯ୍ୟ ସମର୍ପଣ କରିଛି ତାହାକୁ ସମ୍ପାଦନ କରିବା ଉଚିତ୍ ବୋଲି ଅନ୍ୟ ଜଣେ ଦୂତ ଜବାବ ଦେଇଛନ୍ତି । ସେହି ସମୟରେ ଆମେରିକୀୟ କଂଗ୍ରେସ ସଦସ୍ୟ ବ୍ରେଡ ଶରମ୍ୟାନ ଚୀନର ଏହି ପଦକ୍ଷେପକୁ ଅସ୍ୱୀକାର କହିଛନ୍ତି । ତେବେ ଚୀନର ଏହି ପଦକ୍ଷେପ ଦ୍ୱାରା ଭାରତକୁ ଝଟକା ଲାଗିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.