ରାଜନୀତି

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି, ଜମ୍ମୁ-କଶ୍ମୀରରେ ପିଡ଼ିପି-ବିଜେପି ମେଣ୍ଟ ଭାଙ୍ଗିଲା

ଆଓରି-ଜମ୍ମୁ-କଶ୍ମୀରରେ(୧୯/୬):  ଶାସନ କ୍ଷମତାରେ ଥିବା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି( ପିଡ଼ିପି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମେଣ୍ଟ ଭାଙ୍ଗିଯାଇଛି। ବିଜେପି ସରକାରରୁ ଓହରିଯାଇଛି। ଏହାପରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି  ଇସ୍ତଫା ଦେଇଛନ୍ତି। ଏ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ନିଷ୍ପତ୍ତି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ  ପିଡିପି ପକ୍ଷରୁ ବିଧାୟକ ଦଳର ଜରୁରୀକାଳୀନ ବୈଠକ ଡକାଯାଇଛି। ସୂଚନାଯୋଗ୍ୟ କି ଉଭୟ ଦଳର ୨୫ ଲେଖାଏଁ ବିଧାୟକ ରହିଛନ୍ତି।

ତିନି ବର୍ଷ ତଳେ ଅନୁଷ୍ଠିତ ବିଧାନସଭା ଜମ୍ମୁ-କାଶ୍ମୀରରେ ଖଣ୍ଡିତ ଜନାଦେଶ ମିଳିଥିବାରୁ ପିଡ଼ିପି ସହ ବିଜେପି ମେଣ୍ଟ କରି ସରକାର ଗଠନ କରିଥିଲା। ବିଜେପି ପକ୍ଷରୁ କୁହାଯାଇଛି କି ଜମ୍ମୁ-କାଶ୍ମୀରରେ ଶାନ୍ତିପ୍ରତିଷ୍ଠା ଥିଲା ମେଣ୍ଟ-ସରକାରର ମୁଖ୍ୟ ଉଦ୍ଦେଶ୍ୟ।ମାତ୍ର ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କ୍ରମଶଃ ବଢ଼ିବାରେ ଲାଗିଛି। ରାଜ୍ୟ ଅଶାନ୍ତ ହୋଇପଡ଼ିଛି। ନିକଟରେ ବରିଷ୍ଠ ସାମ୍ବାଦିକ ସୁଜାତ୍‌ ବୁଖାରୀ ଙ୍କ ହତ୍ୟା ଏହାର ଏକ ଉଦାହରଣ। ଏହି ଘଟଣା ପରେ ପିଡ଼ିପି ନେତ୍ରୀ ତଥା କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଇସ୍ତଫା ଦେଇଥିବା ଜଣାପଡ଼ିଛି।

ସମର୍ଥନ ପ୍ରତ୍ୟାହାର ନେଇ ବିଧିବଦ୍ଧ ସୂଚନା ରାଜ୍ୟପାଳଙ୍କୁ ଜଣାଇ ଦିଆଯିବ ବୋଲି ବିଜେପି ନେତା ରାମମାଧବ ଜଣାଇଛନ୍ତି। ଜମ୍ମୁ-କାଶ୍ମୀରର ବିଜେପି ବିଧାୟକ ଓ ଦଳୀୟ ନେତା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ସୁଶାସନ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉ ବୋଲି ବିଜେପି ଦାବି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button