ଜାତୀୟ

ପ୍ରଧାନ ବିଚାରପତିଙ୍କ ୪ ଦିନିଆ ଓଡ଼ିଶା ଗସ୍ତ

ଆ.ଓ.ରି(ତା୨|୬)-ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ତାଙ୍କ ସ୍ତ୍ରୀ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ସମୟ ମଧ୍ୟରେ ଜଷ୍ଟିସ ମିଶ୍ର ସସ୍ତ୍ରୀକ କଟକ କନିକାବଜାରସ୍ଥିତ ବାସଭବନରେ ରହଣି କରିବେ। ପ୍ରଧାନ ବିଚାରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଏସ୍‌ସିବି ମେଡିକାଲ ପକ୍ଷରୁ ୧୧ଟି ବିଭାଗର ମୁଖ୍ୟ ପ୍ରଫେସରମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଡାକ୍ତରୀଦଳ ଗଠନ କରାଯାଇଛି। ଏହି ଦଳରେ କାର୍ଡିଓଲୋଜି ବିଭାଗ ପ୍ରଫେସର ଡାକ୍ତର ଉତ୍ତମ କୁମାର ପଟ୍ଟନାୟକ, ରେଡିଓଲୋଜି ବିଭାଗ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ହୃଦ୍‌ବକ୍ଷଶଲ୍ୟ ବିଭାଗ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ, ନିଶ୍ଚେତନା ବିଭାଗ ପ୍ରଫେସର ଡାକ୍ତର ବସନ୍ତ କୁମାର ପ୍ରଧାନ, ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଡାକ୍ତର ରବି ନାରାୟଣ ଜୀ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ଡାକ୍ତର ମାୟା ପାଢୀ, ମେଡିସିନ ବିଭାଗ ପ୍ରଫେସର ଡାକ୍ତର ପ୍ରଭାତ କୁମାର ପାଢୀ, ସର୍ଜରି ବିଭାଗ ପ୍ରଫେସର ଡାକ୍ତର କୈଳାଶ ଚନ୍ଦ୍ର ମହାପାତ୍ର, ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ ପ୍ରଫେସର ଡାକ୍ତର ପଙ୍କଜ ପରିଡା, ସ୍ନାୟୁଶଲ୍ୟ ବିଭାଗର ପ୍ରଫେସର ଡାକ୍ତର ଏମ.କେ ଧୀର ଓ ନ୍ୟୁରୋଲୋଜି ବିଭାଗ ପ୍ରଫେସର ଡାକ୍ତର ଅଶୋକ ମଲିକ ପ୍ରମୁଖ ରହିଛନ୍ତି। ଜଷ୍ଟିସ ଦମ୍ପତିଙ୍କ ରକ୍ତ ଗ୍ରୁପ୍‌ ଯଥାକ୍ରମେ ଏ-ପଜିଟିଭ ଓ ଏବି-ପଜିଟିଭ ରହିଛି। ଏହି ଦୁଇ ଗ୍ରୁପ୍‌ର ରକ୍ତ ମହଜୁଦ ରଖିବା ପାଇଁ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ପ୍ରସନ୍ନ କୁମାର ଦେବତା ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ମେଡିକାଲରେ ଲାଇଫ୍‌ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଓ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିବା ମେଡିକାଲ ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button